ଜନଜାତି କଲ୍ୟାଣ ପାଇଁ ଇ-ଗଭର୍ଣ୍ଣାନ୍ସର ଶୁଭାରମ୍ଭ କଲେ ଶ୍ରୀ ଅର୍ଜୁନ ମୁଣ୍ଡା

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜନଜାତି କଲ୍ୟାଣ
ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ।
ଏହି ଅବସରରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସରୁତା, ଏନସିଏସଟିର ଉପାଧ୍ୟକ୍ଷା
ଶ୍ରୀମତୀ ଅନୁସୂୟା ଉୟିକେ, ଟ୍ରାଇଫେଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ ମୀନା ଏବଂ ଆଦିବାସୀ ବ୍ୟାପାର
ମନ୍ତ୍ରଣାଳୟର ସଚିବ ଶ୍ରୀ ଦୀପକ ଖାଣ୍ଡେକର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ନୂତନ ଇ-ଗଭର୍ଣ୍ଣାନ୍ସ
ଉପକ୍ରମଗୁଡ଼ିକର ଏକ ପାୱାର ପଏଂଟ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା । ତଫସିଲଭୁକ୍ତ ଜନଜାତି କଲ୍ୟାଣ ଯୋଜନା ପାଇଁ ଏହି ପ୍ରଶାସନିକ ଉପକ୍ରମଗୁଡ଼ିକ ପ୍ରସ୍ତୁତ କରିବା ଲାଗି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସମ୍ମିଳିତ ପ୍ରୟାସକୁ ଶ୍ରୀ ମୁଣ୍ଡା ପ୍ରଶଂସା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ “ସବକା ସାଥ, ସବ୍କା ବିକାଶ ଏବଂ ସବକା ବିଶ୍ୱାସ” ନୀତି ଆଧାରରେ ଏହି ଇ-ଗଭର୍ଣ୍ଣାନ୍ସ ଉପକ୍ରମଗୁଡ଼ିକ ଦ୍ୱାରା ଦେଶବ୍ୟାପୀ ଜନଜାତି ସମ୍ପ୍ରଦାୟର କଲ୍ୟାଣ ହୋଇପାରିବ । ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସାମିଲ ପୂର୍ବ ହିତାଧିକାରୀମାନଙ୍କୁ ନେଇ ଏକ ଡାଟାବ୍ୟାଙ୍କ ପ୍ରାଥମିକତା ଭିତିରେ ପ୍ରସ୍ତୁତ କରିବା ଲାଗି ସେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ । ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜନଜାତି କଲ୍ୟାଣ ଯୋଜନା ପାଇଁ ଏହି ଉପଯୋଗୀ ସରକାରୀ ଉପକ୍ରମଗୁଡ଼ିକ ମାଇଲଖୁଂଟ ସାବ୍ୟସ୍ତ ହେବ ।
ଜନଜାତି କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନରେ ବ୍ୟାପକ ଇ-ଗଭର୍ଣ୍ଣାନ୍ସ ଆଣିବା ଲାଗି ଆଦିବାସୀ ବ୍ୟାପାର
ମନ୍ତ୍ରଣାଳୟ ପକ୍ଷରୁ ଡିବିଟି ଟ୍ରାଇବାଲ (https://dbttribal.gov.in/) ଏବଂ ଏନଜିଓ ଅନୁଦାନ
ଅନଲାଇନ ଆବଦେନ ଓ ଟ୍ରାକିଂ ବ୍ୟବସ୍ଥା(https://ngograntsmota.gov.in/) ବିକଶିତ କରିଛନ୍ତି ।
ଡିବିଟି ଟ୍ରାଇବାଲ ପୋର୍ଟାଲରେ ମାଟ୍ରିକ ପୂର୍ବ ଏବଂ ମାଟ୍ରିକ ପରବର୍ତୀ ବୃତି ଲାଗି ୩ଟି ମୁଖ୍ୟ ମଡ୍ୟୁଲ ରହିଛି ।
ଡାଟା ଶେୟାରିଂ ମଡ୍ୟୁଲ ମୁଖ୍ୟତଃ ରାଜ୍ୟଗୁଡ଼ ିକ ଦ୍ୱାରା ହିତାଧିକାରୀଙ୍କ ତଥ୍ୟ ଦାଖଲ କରିବା ଲାଗି ଉଦ୍ଦିଷ୍ଟ ।
ଯୋଗାଯୋଗ ମଡ୍ୟୁଲରେ କାଗଜପତ୍ର ଅପଲୋଡ କରିବା, ପ୍ରଶ୍ନ ପଚାରିବା ଏବଂ ଡିବିଟି ଡାଟା ଅପଲୋଡ୍
କରିବାର ସୁବିଧା ରାଜ୍ୟଗୁଡ଼ିକ ପାଇଁ ଉପଲବ୍ଧ ରହିଛି । ତୁରନ୍ତ ପାଣ୍ଠି ଜାରି କରିବା ଲାଗି ରାଜ୍ୟଗୁଡ଼ିକ ଏହି ତଥ୍ୟ
ଅପଲୋଡ୍ କରିପାରିବେ । ଅନୁଧ୍ୟାନ ମଡ୍ୟୁଲରେ ଏମଆଇସ ରିପୋର୍ଟ ଓ ଡ୍ୟାଶବୋର୍ଡ ସୁବିଧା ରହିଛି ।
ମନ୍ତ୍ରଣାଳୟ ପକ୍ଷରୁ ଆହୁରି ଏକ ତଥ୍ୟ ଯାଂଚ ମଡ୍ୟୁଲ ବିକଶିତ କରାଯାଇଛି । ଏହାକୁ ଉପଯୋଗ କରି
ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ତଥ୍ୟ ଅନୁଧ୍ୟାନ କରିପାରିବେ । ସେହିପରି ତିନୋଟି
କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ସଂସ୍ଥାନରେ ହିତାଧିକାରୀ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କ ପାଇଁ
ଏକ ଅଭିଯୋଗ ମଡ୍ୟୁଲ ମଧ୍ୟ ବିକଶିତ କରାଯାଇଛି । ଅନୁଦାନ ଯୋଜନା କାର୍ଯ୍ୟାନ୍ୱୟନ ଲାଗି ଏକ ଏନଜିଓ ପୋର୍ଟାଲ ବିକଶିତ କରାଯାଇଛି । ଏହା ଜନଜାତିଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଇଛି ତଥା ପୁନଃବିକଶିତ କରାଯାଇଛି । ଏଥିରେ ସହଜ ଆବେଦନ ଫର୍ମ, ନିରୀକ୍ଷଣ ରିପୋର୍ଟ ଏବଂ ଫାଣ୍ଠି ପ୍ରକ୍ରିୟାକରଣ ମଡ୍ୟୁଲ ବ୍ୟବସ୍ଥା ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଅନଲାଇନ ଆବେଦନ କରିବା ନିମନ୍ତେ ରାଜ୍ୟ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପାଇଁ ଆଜି ଏହି ପୋର୍ଟାଲକୁ ପୁନଃ ଖୋଲାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ