ଦୈନିକ ୫୦୦ ଲୋକଙ୍କ ମୁହଁ ରେ ଆହାର ଯୋଗାଉଛି ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ

ଯାଜପୁର,(ଓ୍ବାଇଏନ୍ଏସ୍) :କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ଯାଜପୁର ଏହାର ଆଖପାଖ ଅଞ୍ଚଳର ବସ୍ତି ବାସିନ୍ଦା ମାନଙ୍କୁ ଦୈନିକ ୫୦୦ ଲୋକଙ୍କ ମୁହଁ ରେ ଆହାର ଯୋଗାଉଛି ଏହି ଯୁବ ଶକ୍ତି କ୍ଲବ। କ୍ଲବ ର ସଭାପତି ସମ୍ବିତ ନାୟକ ଙ୍କ ନେତୃତ୍ୱରେ କ୍ଲବର ସଦସ୍ୟ ମାନେ ସାମାଜିକ ଦୂରତ୍ୱ ରଖି ଖାଦ୍ୟ ବଣ୍ଟନ କରିଥିଲେ। ଏଭଳି ସେବା ପାଇଁ ବସ୍ତି ବାସିନ୍ଦା ମାନଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏହି ଅବସରରେ ସବ୍ୟସାଚୀ ପତି,ସାଇମୋହନ ନାୟକ, ଦେବଦତ୍ତ ଶତପଥୀ, ସଞ୍ଜୟ ସେଠୀ, ହରିହର ହାଜରା, ସୁକଦେଵ ସାହୁ, ଆଶିଷ ପରିଡା, ସୁରେଶ ମାର୍ଥା, ଅଜୟ ବେହେରା,ରତିକାନ୍ତ ନନ୍ଦ,ମନୋଜ ବେହେରା,ସୁଦୀପ୍ତ ଦତ୍ତ,ହିରଣ୍ୟ ବଳ, କମଳାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବସ୍ତିବାସୀଙ୍କୁ ଖାଦ୍ୟ ବଂଟନ କରିବା ସହ କରୋନାର ମୁକାବିଲା କରିବା ପାଇଁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ