ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାର ପାରମ୍ପରିକ ଲୋକଗୀତ,ଲୋକ ସଙ୍ଗୀତ ଓ ଲୋକ କଳାକୁ ନେଇ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନେ ନିସ୍ୱାର୍ଥପର ଭାବେ କଳାପରିବେଷଣ କରି ସମସ୍ତଙ୍କ ମନମୋହିବା ସହିତ ବିଭିନ୍ନ ଯୋଜନାର ପ୍ରଚାର କରି ଲୋକଙ୍କୁ ସଚେତନ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ନିଜେ ଜଣେ କଳାକାର ମନୋବୃତ୍ତି ନେଇ ରଜ ସମୟର ଲୋକପ୍ରୀୟ ଗୀତ ବନସ୍ତେ ଡାକିଲା ଗଜ ଗୀତ ଗାଇ ସମସ୍ତଙ୍କର ମନମୋହିଥିଲେ । ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଗଞ୍ଜାମ ଜିଲ୍ଲା ଲୋକକଳାର ଏନ୍ତୁଡିଶାଳ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ସଂପ୍ରତି ଟିଭି, ସିନେମା ଓ ମୋବାଇଲ ଯୋଗୁଁ ଲୋକକଳା ଲୋକଙ୍କଠାରୁ ଦୂରେଇ ଯାଉଛି । ସେହି ଲୋକକଳାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପାଇଁ ଏହି ଉତ୍ସବ ଆୟୋଜନ କରାଯାଉଛି । ଜିଲ୍ଲାର ସମସ୍ତ କଳା ସଙ୍ଗୀତ ନୃତ୍ୟକୁ ଜିବନ୍ତ କରିବା ପାଇଁ ଆମେ କାର୍ଯ୍ୟ କରି ଚାଳିବା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଡିଆରଡିଏ ଏପିଡି ଦେବବ୍ରତ ସାହୁ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଲେକକଳାର ମାଟି । ଏଠାରେ କଳାକାର ମାନେ ଲେକକଳାକୁ ବଞ୍ଚାଇ ଆସୁଛନ୍ତି । କଳାକାରମାନେ ଲୋକଙ୍କୁ ସଚେତନ କରିବା ସହ ଆନନ୍ଦ ଦେଉଛନ୍ତି ।ଆଗକୁ ଯୋଗ୍ୟ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରାଯିବ । ତା ସହିତ ଆସିକା ସାଂସଦ ମଧ୍ୟ ଜଣେ ଲୋକକଳାର କଳାକାର ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ଯୋଗଦେଇ ଲୋପ ପାଉଥିବା ଲୋକକଳାକୁ ଆଗକୁ ଆଣିବାକୁ ସରକାରଙ୍କ ପକ୍ଷରୁ ଏହି ଉତ୍ସବ ମାଧ୍ୟମରେ ଉଦ୍ୟମ ହୋଇଛି ବୋଲି କହିଥିଲେ । ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା କଳାକାର ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଜିତ କୁମାର ସେଠୀ କାର୍ଯ୍ୟକ୍ରମ ସଂଯେ୍ଧକ୍ସନା କରିଥିଲେ । କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବା ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପ୍ରଧାନ ,କୋହଲା ଗୁରୁ ଏମ.ସୀମାଦ୍ରୀ ଓ ଯୋଡିଶଂଙ୍ଖ ଗୁରୁ ବସନ୍ତ କୁମାର ରାଉଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଡୁଡା ପିଡି ସବ୍ୟସାଚୀ ହେତା ଧନ୍ୟବାଦ ଅର୍ପଣ କରିଥିଲେ । ସକାଳ ୯ଟା ବେଳେ ଲୋକକଳା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏହି ଶୋଭାଯାତ୍ରାକୁ ଏପିଡି ଦେବବ୍ରତ ସାହୁ ଓ ଡୁଡା ପିଡି ସବ୍ୟସାଚୀ ହୋତା ପତାକା ଦେଖାଇ ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରନ୍ଥାଗାରୀକ ଅମୀୟ କୁମାର ଧଳ ପରିଚାଳନା କରିଥିଲେ ।