ଥାନପତି ଇଣ୍ଡେନ ଗ୍ୟାସ ତରଫରୁ ଲାଗି ଘରଘର ବୁଲି ଗ୍ୟାସ ପ୍ରଦାନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଶାଳଣିଆଁରେ ଥିବା ମା’ ଥାନପତି ଇଣ୍ଡେନ ଗ୍ୟାସ ଏଜେନସି ପକ୍ଷରୁ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଘରଘର ବୁଲି ଗ୍ୟାସ ଯୋଗାଣ କରାଯାଉଛି । ସରକାର କରୋନା ସଂକ୍ରମଣକୁ ରୋକିବାଲାଗି ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏପରିସ୍ଥିତିରେ ଗ୍ରାହକମାନେ କିପରି ସୁବିଧାରେ ଘରେବସି ଗ୍ୟାସ ପାଇପାରିବେ ସେନେଇ ମା’ ଥାନପତି ଇଣ୍ଡେନ ଗ୍ୟାସ ଏଜେନସି ପକ୍ଷରୁ ଘରଘର ବୁଲି ଗ୍ୟାସ ଯୋଗାଇ ଦେବା ସହିତ ଅନ୍ୟାନ୍ୟ ମରାମତି ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଉଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ