ଭଞ୍ଜନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ତଥା ଘୁମୁସର ଅଞ୍ଚଳରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଭବ୍ୟ ଉତ୍ସବ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ସହର ସମ୍ପାଦକ ତଥା ଯୁବ ନେତା ଏ ବିଷ୍ଣୁ ପ୍ରସାଦ ଏବଂ ଗଞ୍ଜାମ ଜିଲ୍ଲା ପଶ୍ଚିମର ସାଧାରଣ ସମ୍ପାଦକ ବବି ଅନନ୍ତନାଗ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଭଞ୍ଜନଗର ନିକଟସ୍ଥ ଗୋବରା ସ୍ଥିତ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସେଠାରୁ ଏକ ବିଶାଳ ବାଇକ୍ ରାଲି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରି ବ୍ଲକ୍ ଅଫିସ୍ ଛକ ସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ପହଞ୍ଚିଥିଲା ଏବଂ ସେଠାରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।ପରେ ସ୍ଥାନୀୟ ଜେଲ୍ ପଡିଆରେ ବରିଷ୍ଠ ନାଗରିକମାନଙ୍କୁ ଫୁଲତୋଡା ଦେଇ ସମ୍ମାନିତ କରାଯିବା ସହ କୁନି କୁନି ପିଲାମାନଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ଶେଷରେ ଯୁବକମାନଙ୍କୁ ଗାନ୍ଧୀଜୀଙ୍କ ଆଦର୍ଶ ଓ ଶାସ୍ତ୍ରୀଜୀଙ୍କ “ଜୟ ଜୱାନ, ଜୟ କିସାନ” ମନ୍ତ୍ର ଉପରେ ବାର୍ତ୍ତା ପ୍ରଦାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ କଂଗ୍ରେସର ବହୁ କର୍ମକର୍ତା, ଗାନ୍ଧୀ ଓ ଶାସ୍ତ୍ରୀ ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ