କୋଭିଡ୍ ଫଣ୍ଡକୁ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ସହାୟତା
ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ବ୍ଲକ ଅଧୀନ କାଳିଆବାଲି ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳାକେନ୍ଦ୍ର(ଭାଗବତ ଗାଦି)ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଫଣ୍ଡକୁ ୫ ହଜାର ଟଙ୍କା ସହାୟତା କରିଛନ୍ତି । କେନ୍ଦ୍ରର ସଭାପତି ତଥା ଦାସୁଡୁ ନୃତ୍ୟଗୁରୁ ଆର୍.ସତ୍ୟମ୍ ରେଡ୍ଡୀ ଉକ୍ତ ଅର୍ଥରାଶିର ଏକ ଚେକ୍ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ସହ-ସଂପାଦକ ଅଶୋକ କୁମାର ପଣ୍ଡା, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।