୫ କୋଭିଡ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତନ୍ମଧ୍ୟରୁ କରୋନା ଆକ୍ରାନ୍ତ ତଥା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ନିର୍ମାଣ ଅନ୍ୟତମ । ଏହିପରିପ୍ରେକ୍ଷରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୫ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ସୁନ୍ଦରଗଡ଼, ନବରଙ୍ଗପୁର ଓ ପାରାଦୀପ ସହ ରାଜ୍ୟରେ ୫ଟି ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ସୁନ୍ଦରଗଡ଼ରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ । ଜଗତସିଂହପୁର ଜିଲାର ପାରାଦୀପଠାରେ କୋଭିଡ-୧୯ ହସ୍ପିଟାଲର ଉଦଘାଟନୀ ସମୟରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାୟ,ପାରାଦୀପ ଏଡିଏମ ଚରଣ ଧୀର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ପଣ୍ଡା ଉପସ୍ଥିତଥିଲେ। ଏହି କୋଭିଡ ହସ୍ପିଟାଲରେ ୭୦ଟି ସାଧାରଣ ଶଯ୍ୟା ଓ ୫ଟି ଆଇସିୟୁ ଶଯ୍ୟା ଉପଲବ୍ଧ ରହିଛି। ଏହି ସ୍ବଳ୍ପ ସମୟ ଭିତରେ ପାରାଦୀପ ପୋର୍ଟ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋର୍ଟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ନବରଙ୍ଗପୁରରେ ଉଦଘାଟନୀ ସମୟରେ ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ