୮୫ ବର୍ଷରେ କଲେ ଗ୍ରାଜୁଏଶନ୍

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ । ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍ ଏଞ୍ଜଲସ୍ର ଜଣେ ୮୫ ବର୍ଷୀୟ ବୃଦ୍ଧ । ଗଣିତ ଏବଂ ବିଜ୍ଞାନକୁ ଡରି ଯିଏ ଦିନେ ସ୍କୁଲ ଛାଡ଼ିଦେଇଥିଲେ ସେ ଆଜି ଗ୍ରାଜୁଏଟ୍ । ଏକାଧାରରେ ଜଣେ ଲେଖକ, ସ୍ତମ୍ଭକାର ଏବଂ ପେଣ୍ଟିଂ ଡିଜାଇନ ବ୍ୟବସାୟ କରୁଥିବା ସାଉଲ୍ ଇସ୍ଲର ପରିଣତ ବୟସରେ ସାଣ୍ଟା ମୋନିକା କଲେଜରୁ ଗ୍ରାଜୁଏଶନ ପାସ କରିଛନ୍ତି । ସ୍କୁଲ ସିନା ଛାଡ଼ିଦେଇଥିଲେ କିନ୍ତୁ ଲେଖାଲେଖି ଅଭ୍ୟାସ ଜାରି ରଖିଥିଲେ । ପାଠପଢ଼ା ପ୍ରତି ଏତେ ଆଗ୍ରହ ବଢ଼ିଗଲା ସେ ସାଣ୍ଟା ମୋନିକା କଲେଜରେ ଆଡମିଶନ ନେଇଗଲେ । ଚଳିତବର୍ଷ ସାଉଲ୍ ୮୫ ବର୍ଷ ବୟସରେ ଗ୍ରାଜୁଏସନ ଡିଗ୍ରୀ କରିଛନ୍ତି । ସେ କୁହନ୍ତି, ଜୀବନରେ ଆସିଥିବା ଝଡ଼ଝଞ୍ଜାରୁ ବହୁତ କିଛି ଶିଖିଛନ୍ତି । ତାଙ୍କୁ ଆଗକୁ ଯିବାକୁ ଏଥିରୁ ପ୍ରେରଣା ମିଳିଛି । ସାଉଲ୍ କୁହନ୍ତି, ପିଲାଦିନେ ପିତା ଚାହୁଁଥିଲେ ମୁଁ ତାଙ୍କ ପରି ଓକିଲ ହୁଏ । କିନ୍ତୁ ମୋର ଗଣିତ ଏବଂ ବିଜ୍ଞାନ ଭଲ ହେଉ ନ ଥିବାରୁ ପାଠପଢ଼ା ଛାଡ଼ିଦେଇଥିଲି । ଏହା ପରେ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା । ସେ ଲେଖାପଢ଼ାରେ ମନ ଦେଲେ । ୬୧ ବର୍ଷରେ ତାଙ୍କର ଲେଖନୀ ଚାଳନା କରି ପ୍ରଥମେ “ବୁଡ୍ ବଚର’ ଲେଖିଥିଲେ । ଏଥିରୁ ଝିଅମାନଙ୍କ କାମ କରିବା ସମ୍ପର୍କରେ ବହୁ କଥା ଜାଣିବା ପାଇଁ ଲେଖାଥିଲା । ଇତିମଧ୍ୟରେ ତାଙ୍କର ୩ଟି ଉପନ୍ୟାସ ଏବଂ ଲଘୁ କଥାବଳି ପ୍ରକାଶିତ ହୋଇସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ