ସ୍ୱାଧୀନତା ସଂଗ୍ରାମୀ କୁମାର ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍ ) : ବିଶିଷ୍ଟ ସଂଗ୍ରାମୀ, ସମାଜ ସେବୀ ତଥା ପ୍ରକୃତି ବନ୍ଧୁ କୁମାର ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ନନ୍ଦକିଶୋର ପରିଡା, ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, କେନ୍ଦ୍ରାପଡା ବିକାଶ ପରିଷଦର ସମ୍ପାଦକ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ଗୋପାଳକୃଷ୍ଣ ଜେନା, ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନ୍ନଥ ନାଥ ବରାଳ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସ, ଉପସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ, କାକୁଲି ମଲ୍ଲିକ, ରାମକୃଷ୍ଣ ଦାଶ, ଜମଧର ସମବାୟ ସମିତିର ସଭାପତି କାର୍ତ୍ତିକ ଚରଣ ନାୟକ, ଆମ ଗାଁ ସହିତ୍ୟ ସଂସଦର ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ, ସହସମ୍ପାଦକ ଅଶୋକ କୁମାର ସାହୁ, ସତୀର୍ଥର ସଭାପତି ଜନାର୍ଦ୍ଦନ ପରିଡା, ନିକିରାଇ ସରପଞ୍ଚ ବାସୁଦେବ ଜେନା, ପ୍ରାକ୍ତନ ସରପଞ୍ଚ ସରୋଜ କାନ୍ତପଣ୍ଡା, ବିଚିତ୍ରାନନ୍ଦ ନାୟକ, ନିଶା ନିବାରଣ ସମିତିର ସମ୍ପାଦକ ଆଦିକନ୍ଦ ରାଉଳ, ପ୍ରକୃତି ବନ୍ଧୁ ତୃପ୍ତିମୟୀ ଜେନା, ଗଦାଧର ମଲ୍ଲିକ, ସରକାରୀ ଓକିଲ ସଂଜୟ କୁମାର ଜେନା, ମନୋଜ କୁମାର ଦାସ, ଆଇନଜୀବି ରମଣୀ ରଞନ ରାଉତରାୟ, ବିଦ୍ୟୁଲତା ଜେନା ପ୍ରମୁଖ ଶତାଧିକ କୁମାର ପ୍ରେମୀମାନେ ଯୋଗଦେଇ ତାଙ୍କର ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ । ନିକିରାଇ ସ୍କୁଲ ଓ କଲେଜ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଏମିତି କୌଣସି ଅନୁଷ୍ଠାନ ନାହିଁ ଯେଉଁଥିରେ କୁମାର ମିଶ୍ର ନାହାଁନ୍ତି ତାହା କହିହେବ ନାହିଁ । ସେ ୨ହଜାର ନଡିଆ ଗଛ,୨ ହଜାର ଆମ୍ବଗଛ,୫ହଜାର ସପୁରୀ ପ୍ରଭୃତି ଗଛ ଲଗାଇଥିବାରୁ ଭାରତ ସରକାର ତାଙ୍କୁ ପୁରସ୍କାର ଦେଇଥିବା ବେଳେ ରାଜ୍ୟ ସରକାର ତାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି । ୧୯୨୫ ମସିହାରେ ସୂର୍ଗତ ମିଶ୍ର ନିକିରାଇ ଗ୍ରାମରେ ଜନ୍ମ ଗ୍ରହଣ କରି ମାତ୍ର ୯୩ବର୍ଷ ବୟସରେ ଚଳିତମାସ ୧୦ତାରିଖରେ ଇହଧାମ ତ୍ୟାଗ କରିଥିଲେ । ଯାଯପୁର ଜିଲ୍ଲା ଅନ୍ତର୍ଗତ ବାଲିପଡିଆ, ଠକରବାବା ଆଶ୍ରମରେ ଏକ ସଭାରେ ଯୋଗଦେଇଥିବା ସମୟରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ପ୍ରଥମେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆବକ୍ଷ ପ୍ରତିମୃର୍ତ୍ତି ନିର୍ମାଣ ଏବଂ ତାଙ୍କ ସ୍ମୃତିକୁ ଉଦ୍ଜୀବିତ କରିବାପାଇଁ ତାଙ୍କ ଏକାଦଶାହରେ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ସ୍ଥିର କରାଯାଇଥିଲା ।