ବ୍ଲକ ର ସମସ୍ତ ଏସଏଚଜି ଗ୍ରୁପ ପକ୍ଷରୁ ୧୫୭୦ ମାସ୍କ ଓ ୫୦୦ ବୋତଲ ଫିନାଇଲ ସହାୟତା ପ୍ରଦାନ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲାରେ ଛତ୍ରପୁର ବ୍ଲକର ଓଡିଶା ଜିବିକା ମିଶନ ଆନୁକୁଲ୍ୟରେ ୧୬୩୦ ଟି ଏସଏଚଜି ଗ୍ରୁପ ସାମିଲ ହୋଇ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଲୋକମାନେ ଏହି କରୋନା ଭୁତାଣୁରୁ କିପରି ଦୂରେଇ ରହିବେ ସେଥିନିମନ୍ତେ ଗ୍ରୁପର ମା ମାନେ ଘର କୁ ଘର ଯାଇ ସଚେତନ ମଧ୍ୟ କରୁଛନ୍ତି । ଏହା ସହ ନିରାଶ୍ରୟ,ଗରୀବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ମାସ୍କ ପ୍ରଦାନ କରୁଛନ୍ତି । ମା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ମାସ୍କ ଗୁଡିକ ମଧ୍ୟ ଓଡିଶା ଜିବିକା ମିଶନ ପକ୍ଷରୁ ବ୍ଲକରେ ବହୁ କମ ଦର ରେ ବିକ୍ରି କରାଯାଉଛି । ପଂଚାୟତ ସ୍ତରରେ ଗ୍ରୁପ ର ମା ମାନେ ଲୋକଙ୍କ ପାଖକୁ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଉଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ର ସହାୟତାରେ ଗରୀବ ଓ ନିରାଶ୍ରୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ସେମାନଙ୍କ ଘରେ ଘରେ ପ୍ରଦାନ କରୁଛନ୍ତି । ମଙ୍ଗଳବାର ବ୍ଲକର ସମସ୍ତ ଏସଏଚଜି ଗ୍ରୁପ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୫୭୦ ମାସ୍କ ଓ ୫୦୦ ବୋତଲ ଫିନାଇଲ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଙ୍କୁ ପ୍ରଦାନ କରିଛନ୍ତି । ଏହା ବ୍ଲକର ମନରେଗା କାର୍ଯ୍ୟ ରେ ନିୟୋଜିତ ଥିବା ଶ୍ରମିକ ଏବଂ ଲକ ଡାଉନ ଅବଧୀ ସରିବା ପରେ ବାହାର ରାଜ୍ୟରୁ ଛତ୍ରପୁର ବ୍ଲକ ର ବିଭିନ୍ନ ପଂଚାୟତ କୁ ଆସିବା କୁ  ଥିବା ବ୍ୟକ୍ତି ବିଶେଷ  ମାନଙ୍କ ନିମନ୍ତେ ସହାୟତା ହେବ ବୋଲି ଗ୍ରୁପ ର ମା ମାନେ କହିଛନ୍ତି । ଏହା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସଫା ସୁତୁରା କରିବା ନିମନ୍ତେ ଫିନାଇଲ କାର୍ଯ୍ୟ ରେ ଆସିବ ବୋଲି ମଧ୍ୟ ଓଡିଶା ଜିବିକା ମିଶନ ର ବ୍ଲକ ସଂଯୋଜିକା ମାନିନୀ ଜେନା ସୂଚନା ଦେଇଛନ୍ତି । ଏହି ମାସ୍କ ପ୍ରଦାନ ବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି,ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ,ଓଡିଶା ଜୀବିକା ମିଶନ ର ବ୍ଲକ ସଂଯୋଜିକା ମାନିନୀ ଜେନା,ଏମବିକେ ମାଧୁରୀ ରେଡ୍ଡି,ମହାସଂଘର ସଂପାଦିକା ଏନ୍ ପଦ୍ମାବତୀ ପ୍ରମୂଖ ଉପସ୍ଥିତ ଥିଲେ । ପୂର୍ବରୁ ଏହି ଏସ ଏଚ ଜି ମାନଙ୍କ ପକ୍ଷରୁ ପ୍ରାୟ 12ହଜାର ରୁ ଉର୍ଦ୍ଧ ମସ୍କୋ ପ୍ରସ୍ତୁତ କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ