ପ୍ରଶାସନ,ପୋଲିସ ତରଫରୁ ଗଞ୍ଜାମ ଏନଏସି, ହୁମ୍ମା, ପାଲୁର ରେ କରୋନା ସଚେତନତ

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ତହସିଲ, ଗଞ୍ଜାମ ଥାନା ଓ ଗଞ୍ଜାମ ଏନଏସି ପକ୍ଷରୁ ଆଜି ମିଳିତ ଭାବେ ଗଞ୍ଜାମ ସହର ଠାରେ ପରେ ହୁମ୍ମା, ପାଲୁର ଛକ ଠାରେ କରୋନା ନିୟମ ଓ କଣ ମାନିବାକୁ ପଡିବ ଓ କଣ ନ ମାନିବେ ସେ ନେଇ ସଚେତନତା କରିଥିଲେ ।ଗଞ୍ଜାମ ସହର ଠାରେ ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ , ଅତିରିକ୍ତ ତହସିଲଦାର ସନାତନ ମହାଲିକ ଡାକ ବାଜିଯନ୍ତ୍ର ଦ୍ୱାରା ଲୋକ ଙ୍କୁ ମାସ୍କ ପିନ୍ଧିବା, ସର୍ବସାଧାରଣ ରେ ଛେପ ନ ପକାଇବା, ସମଦୁରତା ରକ୍ଷା କରିବା, ଆବଶ୍ୟକ କାମ ଥିଲେ ବାଇକ ରେ ଜଣେ ଯିବା ନେଇ ଲୋକ ଙ୍କୁ ବୁଝାଇଥିଲେ । ପରେ ତହସିଲଦାର ଅବନୀ କୁମାର ସାହୁ ହୁମ୍ମା ଓ ପାଲୁର ଛକ ଠାରେ ସଚେତନତା କରିଥିଲେ । ଏହି ସଚେତନତା ରେ ସମସ୍ତ ଆରଆଇ, ପୋଲିସ କର୍ମଚାରୀ, ଏନଏସି କର୍ମଚାରୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ