ଚାଉଳରୁ ସାନିଟାଇଜର ପ୍ରସ୍ତୁତ ନିଷ୍ପତ୍ତିକୁ ସମାଲୋଚନା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦେଶରେ ଗଚ୍ଛିତ ବଳକା ଚାଉଳରୁ ସାନିଟାଇଜର ପ୍ରସ୍ତୁତ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି । ମଙ୍ଗଳବାର ରାହୁଲ ଦେଶର ଗରିବ ଲୋକମାନେ ଅନାହାରରେ ମରୁଥିବା ବେଳେ ସରକାର ଚାଉଳରୁ ସାନିଟାଇଜର ପ୍ରସ୍ତୁତ କରିବାକୁ ଅନୁମତି ଦେଉଛନ୍ତି । ରାହୁଲ ଟୁଇଟ କରିଛନ୍ତି ‘ଭାରତର ଗରିବମାନେ କେବେ ଜାଗ୍ରତ ହେବେ? ତୁମେ ମାନେ ଭୋକରେ ମରୁଥିବା ବେଳେ ସେମାନେ ତୁମମାନଙ୍କ ଚାଉଳରେ ସାନିଟାଇଜର ତିଆରି କରି ହାତ ସଫା କରିବାରେ ବ୍ୟସ୍ତ ।’ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ ବାୟୋଫୁଏଲ କୋଅର୍ଡିନେସନ କମିଟି (ଏନବିସିସି) ବଳକା ଚାଉଳରେ ଇଥାନଲ ତିଆରି କରିବାକୁ ସୋମବାର ଅନୁମତି ଦେଇଛି । ଇଥାନଲକୁ ଆଲକହଲ ମିଶ୍ରିତ ହାତ ବିଶୋଧକ (ସାନିଟାଇଜର) ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବ ।


