ଟିମ୍ ହୁ୍ୟମାନିଟି ସ୍ନେକ ହେଲପଲାଇନର ଅଜଗର ସାପ ଉଦ୍ଧାର,ବନ ବିଭାଗକୁ ହସ୍ତାନ୍ତର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କୁଟିବାରି ରାସ୍ତାରେ ଏକ ବିରାଟ ଅଜଗର ସାପ ଥିବାର ଦେଖି ଗ୍ରାମର କିଛି ବ୍ୟକ୍ତି କନ୍ଧମାଳ ଟିମ୍ ହୁ୍ୟମାନିଟିର ଆବାହକ ଭି.ଲୋକନାଥ ରାଜୁଙ୍କୁ ଖବର ଦେବା ପରେ ସେଠାରେ ଟିମ୍ ର ସାପ ଧରାଳି ପ୍ରଶାନ୍ତ ପାଣିଗ୍ରାହୀ , ରଂଜିତ୍ ଦାସ , ଅନ୍ତର୍ଯ୍ୟାମୀ ପ୍ରଧାନ , ସାଇରାମ ପାତ୍ର , ଜଗନ୍ନାଥ ରାଜୁ ଓ ଅଲୋକ ବିଶୋୟୀ ପ୍ରମୁଖ ପହଞ୍ଚି ରାସ୍ତାରୁ ଉକ୍ତ ଅଜଗର ସାପକୁ ଉଦ୍ଧାର କରିବା ସହିତ ଫୁଲବାଣୀ ବନାଞ୍ଚଳ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଖବର ପାଇଁ ତୁରନ୍ତ ଟିମର ସଦସ୍ୟମାନେ ସେଠାରେ ପହଞ୍ଚି ଉକ୍ତ ବିରାଟ ଅଜଗର ସାପକୁ ଉଦ୍ଧାର କରିଥିବାରୁ ସେମାନେ ସାଧୁବାଦ ଜଣାଇଛନ୍ତି ।ନିକଟରେ ଜଙ୍ଗଲ ଥିବା ଯୋଗୁଁ ଉକ୍ତ ସାପଟି ଗାଁ ଆଡ଼େ ଆସିିବାକୁ ଚେଷ୍ଟା କରିଥିବା କୁହାଯାଇଛି ।