ଭଦ୍ରକ ଯାଜପୁରକୁ ବାଲି ପରିବହନ ବନ୍ଦ ଦାବି

ହାଟଡ଼ିହି,(ଓ୍ବାଇଏନ୍ଏସ୍):ସଂପ୍ରତି ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ରେଡଜୋନ ଘୋଷଣା କରିଛନ୍ତି । କିନ୍ତୁ ଏବେ ସରକାର କିଛିକାଶଂରେ କଟକଣାକୁ କୋହଳ କରିଥିବାରୁ ହାଟଡିହି ତହସିଲ ପକ୍ଷରୁ ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି । ଯାହାଦ୍ୱାରାକି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହଶହ ଗାଡି କେନ୍ଦୁଝର ଜିଲ୍ଲାକୁ ବାଲିପାଇଁ ଆସୁଥିବାବେଳେ ଓ ଗାଡିର ଚାଳକ ମାନେ ଲୁଚାଛପାରେ ଚାଲିଥିବା କିଛି ଦୋକାନରୁ ପାନ ସିଗାରେଟ ନେଉଥିବାରୁ ସମଗ୍ର ଅ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ଦୁଇଦିନ ହେଲା ଶହଶହ ବାଲି ବୋଝେଇ ଗାଡି ଗତାଗତ କରୁଥିବାରୁ ଆଜି ସ୍ଥାନୀୟ ଲୋକମାନେ ବାଧ୍ୟହୋଇ ବାଲିଗାଡି ଗୁଡିକୁ ଫେରାଇ ଦେଇଛନ୍ତି । ସ୍ଥିତି ନସୁଧୁରିଲା ପର୍ଯ୍ୟନ୍ତ ବାଲି ନେବାପାଇଁ ନଆସିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ