ଦୁର୍ନୀତି ବିରୋଧରେ ଲଢେଇଯାରି ରହିବ
ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦୀ ସରକାରୀ ବିଭଗରେ ସୁଚାରୁ ରୂପେ କାମ କରୁନଥିବା ଅଧିକାରୀଙ୍କୁ ପଦବୀରୁ ବାହାର କରିବା ଲଗାତର ଜାରୀ ରହିଛି । ଏହି ମଧ୍ୟରେ କେନ୍ଦ୍ର ସରକାର ସେଂଟ୍ରାଲ ଇନଡାରେକ୍ଟ ଟ୍ୟାକ୍ସ ଆଣ୍ଡ୍ କଷ୍ଟମ୍ ବୋର୍ଡର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଅବସର ଦେଇଛନ୍ତି । ଏହି ସବୁ ଅଧିକାରୀମାନେ କାର୍ୟ୍ୟରତ ଥିବା ସମୟରେ ନିୟମବଳୀର ଉଲଘଂନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ସରକାରୀ ଯାଂଚ୍ ପରେ ସେମାନଙ୍କୁ ଅବସର ଦିଆଯାଇଛି ।ସୂଚନାଯୋଗ୍ୟ, ପଦମୁକ୍ତ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ପ୍ରିନସପାଲ କମିଶନର ଡ ଅନୁପ ଶ୍ରୀବାସ୍ତବ, କମିଶନର ଅତୁଳ ଦୀକ୍ଷିତ, କମିଶନର ସଂସାର ଚନ୍ଦ, କମିଶନର ହର୍ଷ, କମିଶନର ବିନୟ ବ୍ରିଜ ସିଂହ, ଆଡିଶନାଲ କମିଶନର ଅଶୋକ ମହିଦା, ଆଡିଶନାଲ କମିଶନର ବୀରେନ୍ଦ୍ର ଅଗ୍ରୱାଲ, ଡେପ୍ୟୁଟି କମିଶନର ଅମରେଶ ଜୈନ, ଜଏଂଟ କମିଶନର ନଳିନ କୁମାର, ଆସିଷ୍ଟାଂଟ କମିଶନର ବିନୋଦ ସାଙ୍ଗା, ଆଡିଶନାଲ କମିଶନର ରାଜୁ ସେକର ଡେପ୍ୟୁଟି କମିଶନର ଅଶୋକ କୁମାର ଅସବଲ ଏବଂ ଆସିଷ୍ଟାଂଟ କମିଶନର ମହମ୍ମଦ ଅଲତାଫ ସାମିଲ ଅଛନ୍ତି । ଅର୍ଥ ମନ୍ତ୍ରାଳୟ ନିୟମ ୫୬ ଆଧାରରେ ଏଭଳି କରିଛି । ଏହା ପୂର୍ବରୁ ଜୁନ୍ ୧୦ରେ ମଧ୍ୟ ଅର୍ଥ ମନ୍ତ୍ରାଳୟ ଆୟକର ବିଭାଗର ୧୨ଜଣ ଅଧିକାରୀଙ୍କ ଇସ୍ତଫା ପତ୍ର ମାଗିଥିଲା । ଏହିଭଳି ଭାବରେ ଏପର୍ୟ୍ୟନ୍ତ ସମୁଦାୟ ୨୭ ଅଫିସରଙ୍କୁ ଜବରଦସ୍ତ ପଦମୁକ୍ତ କରାଯାଇଛି ।


