ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଚାକିରି ହରାଇଛନ୍ତି ୧୨ କୋଟି ଲୋକ : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍‌ଡାଉନ୍‌କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ଦେଶରେ ୧୨ କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ ୨୫ରୁ ଏପ୍ରିଲ୍‌ ୧୪ ମଧ୍ୟରେ ପ୍ରାୟ ୧୨ କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଲକ୍‌ଡାଉନ୍‌ ଉଠିବା ପରେ ଦେଶ ଗଭୀର ଅର୍ଥନୈତିକ ସଙ୍କଟ ମଧ୍ୟକୁ ଚାଲିଯିବ । ଏହି ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ ୭୫୦୦ ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି । ଚାଷୀ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକ ମାନେ ଲକ୍‌ଡାଉନ୍‌ରେ ସର୍ବାଧିକ ପ୍ରଭାବିତ ତେଣୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବା ଉଚିତ୍‌ ବୋଲି ସୋନିଆ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ