ଅନ୍ତ୍ୟାେଦୟ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ମିଳୁନି ଗରିବଙ୍କୁ ଘର

ଅସ୍ତରଙ୍ଗ/କାକଟପୁର, (ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକରେ ଚାଲୁଥିବା ଅନ୍ତୋଦୟ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଘଟୁଥିବା ନେଇ ଗୁରୁତର ଅଭିଯୋଗ ଉଠିଛି । ଏହି ସମ୍ପର୍କରେ ଅସ୍ତରଙ୍ଗ ରୁ ଡ଼ ଲକ୍ଷ୍ମୀଧର ବିଶ୍ୱାଳ ଗୁରୁତର ଅଭିଯୋଗ ଆଣିଛନ୍ତି । ପଂଚାୟତରାଜ ସଚିବ, ଜିଲ୍ଲା ପ୍ରଶାସନ ଓ ବିଡ଼ିଓ ଙ୍କୁ ଲିଖିତ ଭାବରେ ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ଅନୁଯାୟୀ, ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଦେଖାଯାଇଛି । ଅନେକ ହିତାଧିକାରୀ ଜାଲ ଦଳିଲ ଦାଖଲ କରିଥିବା ଅଭିଯୋଗ ହୋଇଛି । ସେମାନେ ଆୟ ପ୍ରମାଣପତ୍ର, ଜମିର ରେକର୍ଡ, ଚାରିଚକିଆ ଯାନ ଥିବା ସତ୍ତ୍ୱେ ତାହା ଲୁଚାଇଥିବା ଏବଂ ପୂର୍ବରୁ ପକ୍କା ଘର ଥିବା ସତ୍ତ୍ୱେ ଯୋଜନାର ଲାଭ ନେଇଥିବା ବିଷୟ ଉଲ୍ଲେଖ ହୋଇଛି। ଏହା ସହିତ ଅନେକ ହିତାଧିକାରୀ ଙ୍କୁ ରାଜନୈତିକ ସମ୍ପର୍କ ଆଧାରରେ ବଛା ଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାର ପରିଣାମରେ ଯେଉଁମାନେ ପ୍ରକୃତରେ ଯୋଗ୍ୟ, ସେମାନେ ଯୋଜନାରୁ ବଞ୍ଚିତ ହେଉଥିବା କଥା କୁହାଯାଇଛି। ସମସ୍ତ ହିତାଧିକାରୀଙ୍କ ଲିଷ୍ଟ ସାର୍ବଜନୀନ କରାଯାଉ ଏବଂ ପବ୍ଲିକ ଅବଜେକ୍ସନ ଆହ୍ୱାନ କରାଗଲେ ହିତାଧିକାରୀ, ସରକାରୀ କର୍ମଚାରୀ ଓ ରାଜନୈତିକ ନେତାଙ୍କ ମଧୁଚନ୍ଦ୍ରିକା ଲୋକଲୋଚନ ଆସିପାରିବ । ଡ଼ ବିଶ୍ୱାଳ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରିବାକୁ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଯୁକ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଏହି ଅଭିଯୋଗ ପରେ ସ୍ଥାନୀୟ ମହଳରେ ଚର୍ଚ୍ଚା ଚାଲିଥିବା ବେଳେ, ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ