ଜଙ୍ଗଲରେ ଦମ୍ପତି କାଟୁଛନ୍ତି କ୍ୱାରାନଟାଇନ୍

ଝାରସୁଗୁଡ଼ା, (ୱାଇଏନ୍‌ଏସ୍‌): ସାରା ବିଶ୍ୱ ଆଜି କରୋନା କବଳରୁ ବଂଚିବା ପାଇଁ ଚାହୁଛି । ତେଣୁ କରି ସାମାଜିକ ଦୂରତାକୁ ମୂଳ ଅସ୍ତ୍ର ରୂପେ ବ୍ୟବହାର କରାଯାଉଥିôବା ବେଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରଖିା ଯାଉଛି । ଏହି ସଂଗରୋଧ ସ୍ଥାନ କିଏ ନିଜ ଘରର କୋଠରୀକୁ ବାଛିଥିବା ବେଳେ ଆଉ କିଏ ନିଜର ଚାରିଚକିଆ ଯାନକୁ ବାଛି ନେଇଛନ୍ତି । ଏହା ମଧ୍ୟ ସରକାରଙ୍କ ନିର୍ଦ୍ଦେଶ । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଏମ୍‌.କଟାପାଲିରେ । ଏହି ଗ୍ରାମର ଗୋଟିଏ ଦମ୍ପତ୍ତି ଏହି ଗାଁର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା ହେବାରୁ ଘର ଛାଡ଼ି ପଳାଇଥିଲେ । ସେହି ମହିଳାଙ୍କୁ ତାଙ୍କ ସ୍ୱାମୀ ଘରକୁ ନେବା ପାଇଁ ଚାହିଁବାରୁ ତାଙ୍କ ଗାଁ ଲୋକେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ କରିଥିଲେ । ସେମାନେ ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କ ନିଜସ୍ୱ ସ୍ୱତନ୍ତ୍ର ଘର ନଥିବାରୁ ସେମାନେ କ୍ୱାରେଣ୍ଟାଇନ୍ରେ ରହିବାକୁ ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ । କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା । ଏହସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଗାଁ ଲୋକେ । ସେ ବାଧ୍ୟ ହୋଇ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି ଦମ୍ପତ୍ତି । ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି ।ସମ୍ପ୍ରତି ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି କରୋନା ମୁକାବିଲା ପାଇଁ ଶପଥ କରାଇବା ପରେ ସରକାରୀ ସୁବିଧା ପ୍ରଦାନ ନକରିବା ଏକ ଅରାଧ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ କୌଣସି ସରପଞ୍ଚ ନିୟମ ଭଙ୍ଗ କକେ ତାଙ୍କ ବିରୋଧରେ କଠୋର କାର‌୍ୟ୍ୟା ନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ