ହିନ୍ଦୁସ୍ତାନ ଲିଭର ତରଫରୁ ୧୦୦ପରିବାରଙ୍କୁ ବଣ୍ଟାଗଲା ଖାଦ୍ୟ ପୁଡ଼ିଆ ଓ ମାସ୍କ
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ):ରାଜ୍ୟରେ ଲକଡାଉନ ସମୟରେ ନିଜ ସାମାଜିକ ଦାଇତ୍ୱ ତୁଲାଇବାକୁ ଆଗେଇ ଆସିଛି କଟକ ଜିଲ୍ଲା ଟାଙ୍ଗି ଜାତୀୟ ରାଜପଥ୧୬ ପାର୍ଶ୍ୱରେ ଥିବା ହିନ୍ଦୁସ୍ତାନ ଲିଭର ଡିପ୍ପୋ ।ଆଜି ଏହାର ପାର୍ଟନର ଅମିତ ଅଗ୍ରୱାଲ ଓ ଜେନେରାଲ ମ୍ୟାନେଜର ଅରୁଣ କୁମାର ଦାସ ଙ୍କ ନେତୃତ୍ୟ ରେ ଶାଲଗା ପଂଚାୟତର ଗୁରୁଜଙ୍ଗ ଗ୍ରାମରେ ଏକ ଶହ ପରିବାରକୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟା ଯାଇଥିଲା।ଟାଙ୍ଗି-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଅତିଥି ଭାବେ ଉପସ୍ଥିତ ରହି ସମସ୍ତ ପରିବାରକୁ ସାମାଜିକ ଦୂରତା ରକ୍ଷା କରି ଏହି ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ।ଏବଂ ଲାକଡାଉନ ସମୟରେ ସରକାରଙ୍କ ସମସ୍ତ ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦୁର୍ୟୋଧନ ଜେଠି ମଧ୍ୟ ଉପସ୍ଥିତ ଥିଲେ।ହିନ୍ଦୁସ୍ତାନ ଲିଭର ର ଏଭଳି କାମ କୁ ସମସ୍ତେ ପ୍ରସଂଶା କରିଛନ୍ତି।