ଆନ୍ଧ୍ରରୁ ଗଜପତିକୁ ଲୋକଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ୪ଟି ସୀମା ସିଲ୍ ଓ ୫ଟି ସ୍ଥାନରେ ରାସ୍ତା କଟାଗଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଆନ୍ଧ୍ରପ୍ରଦେଶରୁ ଗତ କିଛି ଦିନ ହେଲା କେତେକ ଲୋକ ଅବାଧ ପ୍ରବେଶ କରୁଥିବା ଅଭିଯୋଗକୁ ନେଇ ଗଜପତି ପ୍ରଶାସନ କଡାକଡି ପଦକ୍ଷେପ ଗ୍ରହଣ କରିଛନ୍ତି । ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ ୪ଗୋଟି ସ୍ଥାନରେ ସୀମାକୁ ସମ୍ପୁର୍ଣ୍ଣ ଭାବେ ସିଲ୍ କରାଯିବା ସହ ଅବାଧ ପ୍ରବେଶ ହେଉଥିବା ୫ଗୋଟି ସ୍ଥାନରେ ରାସ୍ତାକୁ ୫ଫୁଟ ଗଭୀରରେ ଗର୍ତ୍ତ କରାଯାଇ ରାସ୍ତାକୁ କଟାଯାଇଛି । ଏହି ସମସ୍ତ ଅଞ୍ଚଳରେ ୨୪ଘଣ୍ଟିଆ ପୋଲିସ ମୁତୟନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆନ୍ଧ୍ରରୁ ଲୋକଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା,ଉପ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଓ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ଆଜି ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି କଡାକଡି ପଦକ୍ଷେପ ଗ୍ରହଣ କରିଛନ୍ତି । ପାରଳା ସହର ଉପକଣ୍ଠରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗୋପାଳପୁର ରୋଡ ଠାରେ ୨ଗୋଟି ସ୍ଥାନରେ ଏବଂ ବିଏନ୍ ପ୍ୟାଲେସ ନିକଟସ୍ଥ ମହେନ୍ଦ୍ରତନୟା ନଦୀ ତଟର ୩ ଗୋଟି ସ୍ଥାନରେ ଆନ୍ଧ୍ର ପଟୁ ଗଜପତି ଜିଲ୍ଲାକୁ ରାତ୍ର ବେଳା ଅବାଧ ପ୍ରବେଶରେ ବ୍ୟବହାର ହେଉଥିବା ଏହି ୫ ଗୋଟି ଚୋରା ରାସ୍ତାରେ ୫ଫୁଟ ଗର୍ତ୍ତ କରି ରାସ୍ତା କଟାଯାଇଛି । ସେହି ପରି କିଞ୍ଚିଲିଙ୍ଗି,ଅମରା,ଗୋପିଲ ଆଦି ୪ ଗୋଟି ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ଆଜି ରାସ୍ତା କଟା ଜିବା ସହ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଛି । ଆହୁରି କେତେକ ଅଞ୍ଚଳ ରହିଛି ଯେଉଁ ରାସ୍ତା ଓ ସୀମା ଦେଇ ଆନ୍ଧ୍ରରୁ ଲୋକେ ଗଜପତିକୁ ଫେରୁଛନ୍ତି । ସେଗୁଡିକ ମଧ୍ୟ ଅତି ତୁରନ୍ତ ସିଲ୍ କରାଜିବା ସହ ରାସ୍ତା କଟାଯିବା ନିଶ୍ଚିତ ହୋଇଛି । ହେଲେ ଆଜି ଠାରୁ ଏହି ସମସ୍ତ ଅଞ୍ଚଳରେ ଆନ୍ଧ୍ରରୁ ଲୋକଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ଏହି ସମସ୍ତ ସୀମାନ୍ତ ଅଞ୍ଚଳ ଗୁଡିକରେ ୨୪ ଘଣ୍ଟିଆ କଡାକଡି ପୋଲିସ ପଇଁତରା ବ୍ୟବସ୍ଥା ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ