ବ୍ରହ୍ମକୁମାରୀ ଶାନ୍ତି ଅନୁଭୂତି ଭବନର ସଂପ୍ରସାରିତ ରାଜଯୋଗ ଶିକ୍ଷାକେନ୍ଦ୍ରର ଶିଳାନ୍ୟାସ

ଛତ୍ରପୁର : କଳ୍ପବାସୀନଗର ବ୍ରହ୍ମକୁମାରୀ ଶାନ୍ତି ଅନୁଭୂତି ଭବନର ସଂପ୍ରସାରିତ ରାଜଯୋଗ ଶିକ୍ଷାକେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ସମ୍ମାନୀତ ଅତିଥୀଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଯୋଗଦେଇଥିଲେ । ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ଏବଂ ଅନେକ ନୀୟମିତ ରାଜଯୋଗ ଶିକ୍ଷା ଗ୍ରହଣ କରୁଥିବା ଭାଇ ଭଉଣୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶାନ୍ତି, ମୈତ୍ରୀ ଏବଂ ପ୍ରଗତି ଦ୍ୱାରା କିପରି ସମାଜର ବିକାଶ ହୋଇପାରିବ ଏବଂ ସମସ୍ତଙ୍କ ସହଯୋଗ ଦ୍ୱାରା ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇପାରିବ । ପରମାତ୍ମଙ୍କ ପ୍ରଦତ ରାଜଯୋଗ ଗୀତାଜ୍ଞାନ ଦ୍ୱାରା କିପରି ଏକ ପରମାର୍ଜିତ ଜୀବନ ଗଢିପାରିବା ସେହି ବିଷୟ ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ନିଜର ଆର୍ଶୀବଚନ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ