ରମଜାନ ଆରମ୍ଭ
ନୂଆଦିଲ୍ଲୀ: ଇସଲାମ ଧର୍ମର ଉପବାସର ମାସ ପବିତ୍ର ରମଜାନ ଶନିବାର ଠାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନୂଆ ଚାନ୍ଦ ଦେଖାଯିବା ପରେ କେନ୍ଦ୍ରୀୟ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ କରୋନା ଏବଂ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଦେଶର ସମସ୍ତ ମସଜିଦ ବନ୍ଦ ରହିଛି ଏବଂ ଲୋକମାନଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ କୁହାଯାଇଛି । ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ମଧ୍ୟ କୁହାଯାଇଛି । ରମଜାନ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


