ସେଲୁନରୁ ବ୍ୟାପିଲା ସଂକ୍ରମଣ, ୬ ଆକ୍ରାନ୍ତ

ଇନ୍ଦୋର,(ଓ୍ୱାଇଏନ୍‌ଏସ୍‌) : ମଧ୍ୟପ୍ରଦେଶର ଖରଗୌନ ଜିଲାରେ ଶୁକ୍ରବାର ଏକାସହ ୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଥିବା ଯେ, ସମେସ୍ତ ଗୋଟିଏ ଗାଁର । ଗାଁରେ ଥିବା ଏକ ସେଲୁନରେ ବାରିକ ସଂକ୍ରମିତ କପଡା ବ୍ୟବହାର କରିବାରୁ ଏମାନେ କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ଜଣାପଡିଥିଲା । ଲୋକଙ୍କ କହିବା କଥା ହେଲା ଇନ୍ଦୋରରେ ହୋଟେଲରେ ଓ୍ବେଟର ଭାବେ କାମ କରୁଥିବା ଜଣେ ଯୁବକ ଏପ୍ରିଲ ୫ରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଉକ୍ତ ଯୁବକ ଜଣକ ଏହା ପୂର୍ବରୁ ଗାଁରେ ଥିବା ସେଲୁନ ଯାଇଥିଲେ। ଏହାପରେ ସେହି ସେଲୁନ ଯାଇଥିବା ପ୍ରାୟ ୧୦ଜଣଙ୍କ ନମୁନା ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ପରେ ଗାଁକୁ ସିଲ୍‌ କରାଯାଇଥିବା ବେଳେ ସେଲୁନର ସଂକ୍ରମିତ କପଡାରୁ ହିଁ ଏଭଳି ଅସୁବିଧା ହୋଇଛି ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ