ଓଡ଼ିଶାକୁ ବାତ୍ୟା ଆଶଙ୍କା !

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶାରେ ଏବେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନା ଓଡ଼ିଶାର ଆର୍ଥିକ ସ୍ଥିତି ଏବେ ବହୁ ଖରାପ ସମୟ ଦେଇ ଗତି କରୁଥିବା ବେଳେ ଏଭଳି ପରିସ୍ଥିତିରେ ବାତ୍ୟା ଆଶଙ୍କା ଓଡ଼ିଶା ପାଇଁ ଆହୁରି ଜଟିଳ ପରସ୍ଥିତି ସୃଷ୍ଟି କରିପାରେ । ତେବେ ଏହା ଓଡ଼ିଶା ଆସିବ କି ନାହିଁ ସେ ନେଇ ଅଦ୍ୟାବଧି ସ୍ପଷ୍ଟ ହେଇନାହିଁ। ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ବାତ୍ୟା ରୂପରେଖ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ଚଳିତ ମାସ ୨୮ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟର ରୂପ ନେବ। ୩୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟା ରୂପନେବ। ମେ ୨ରୁ ୩ ତାରିଖ ମଧ୍ୟରେ ଏହା ମ୍ୟାନ୍‌ମାର ଅତିକ୍ରମ କରିବ। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌) ଏବଂ ଆମେରିକା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ଏଭଳି ପୂର୍ବାନୁମାନ କରିଛି। ଆଣ୍ଡାମାନ ନିକୋବର ଦ୍ୱୀପ ନିକଟରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତୀୟ ଉପକୂଳ ଆଡକୁ ମୁହାଁଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଓଡିଶାକୁ ମୁହାଁଇବ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ପୁଣେସ୍ଥିତ ଆଇଆଇଟିଏମ୍ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ମେ ୧ ବେଳକୁ ଲଘୁଚାପ ବାତ୍ୟାର ରୂପ ନେଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଆଡକୁ ମୁହାଁଇବା ସମ୍ଭାବନା ରହିଛି। ତେବେ ଏହାର ଗତି ପଥ ମଧ୍ୟ ବଦଳି ପାରେ ବୋଲି କୁହାଯାଇଛି। ସେହିପରି ଆମେରିକା ନ୍ୟାଶନାଲ ଓସେନିକ ଆଣ୍ଡ ଆଟମୋସ୍ପିୟରିକ୍ ଆଡ଼ମିନିଷ୍ଟ୍ରେସନ(ଏନ୍‌ଓଏଏ‌) ଏବଂ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ତଥ୍ୟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ନିକଟରେ ଏପ୍ରିିଲ ୩୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ମେ ୧ ରେ ଏହା ବାତ୍ୟା ରୂପ ନେଇ ଆଣ୍ଡାମାନ ଓ ନିକୋବରକୁ ଅତିକ୍ରମ କରିବ। ଏହା ଉତ୍ତର ଦିଗକୁ ଗତି କରି ମ୍ୟାନ୍‌ମାରରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ବିଭିନ୍ନ ପାଣିପାଗ ମଡେଲ ଜଣାଇଛି। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ତେବେ ଏହାର ଗତିବିଧି କେଉଁ ଆଡକୁ ହେବ ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆସନ୍ତା ୨୭/୨୮ ତାରିଖ ବେଳକୁ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତିି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ