ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଆପରେ ବାହାଘର
ନୂଆଦିଲ୍ଲୀ: କରୋନା ମହାମାରୀର ବିଭୀଷିକା ଭିତରେ ଯେଭଳି କୌଣସି ଜରୁରୀ କାମ ବନ୍ଦ କରିବାକୁ ନ ପଡେ଼ ସେଥିନେଇ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲ-କଲେଜଗୁଡ଼ିକ ଜୁମ ଆପ ମାଧ୍ୟମରେ ଜରୁରୀ ବୈଠକ ପାଠପଢ଼ା ଭଳି କାମ କରୁଛନ୍ତି । ଏଥିନେଇ ଲୋକପ୍ରିୟତା ଲାଭ କରିଥିବା ଏହି କନଫରେନ୍ସିଂ ଆପ ମାଧ୍ୟମରେ ନିଜର ବିବାହକୁ ଚିରସ୍ମରଣୀୟ କରିବା ସହ ସାମାଜିକ ଦୂରତା ରକ୍ଷା ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିବାହ ବେଳେ ସୁଜେନ ମୁମ୍ବାଇ ସ୍ଥିତ ନିଜ ପିତାଙ୍କ ଘରେ ଥିବା ବେଳେ କୀର୍ତ୍ତି ତାଙ୍କଠାରୁ ଶହ ଶହ କିଲୋମିଟର ଦୂର ବରେଲୀରେ ମା’ଙ୍କ ବାହାଘର ପୋଷାକ ପିନ୍ଧି ବଧୂ ବେଶରେ ସଜ୍ଜିତ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରାଏପୁରଠାରେ ଥିବା ବ୍ରାହ୍ମଣ ବୈଦିକ ମନ୍ତ୍ରପାଠ କରି ସେମାନଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରାରେ ସମ୍ପନ୍ନ ହୋଇଥିଲା ଏହି ଡିଜିଟାଲ କନ୍ୟାଦାନ ପ୍ରକ୍ରିୟା । ଶହ ଶହ ଅତିଥି ଏହି ଆପ ମାଧ୍ୟମରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ।