ମୁମ୍ବାଇରେ ସାମାଜିକ ଦୂରତା ରଖି ରଥ କାଠ ଅନୁକୂଳ, ଲୋକଙ୍କ ପାଇଁ ଦେବଦୂତ ପାଲଟିଲା ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ
ମୁମ୍ବାଇ (ଓ୍ବାଇଏନ୍ଏସ୍) : ଅକ୍ଷୟ ତୃତୀୟା। ମୁମ୍ବାଇରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ସାମାଜିକ ଦୂରତା ରଖି ରଥ କାଠ ଅନୁକୂଳ କରାଯାଇଛି। ମାତ୍ର ୪ଜଣଙ୍କ ଉପସ୍ଥିତରେ ହୋମ କରାଯାଇ କାଠ ଅନୁକୂଳ ସମ୍ପାଦକ ହୋଇଥିଲା। ତେବେ ଲୋକଙ୍କ ପାଇଁ ଦେବଦୂତ ପାଲଟିଲା ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ। ଲକଡାଉନ୍ ଯୋଗୁଁ ମୁମ୍ବାଇରେ ଶହଶହ ଶ୍ରମିକ ବେସାହାରା ହୋଇପଡିଛନ୍ତି। ସେଠାରେ ରହୁଥିବା ଓଡିଆ ଶ୍ରମିକ ହାତରେ ଅର୍ଥ ନାହିଁ କି ଖାଇବାକୁ ପିଇସା ନାହିଁ। ପେଟଜ୍ବାଳାରେ ଶ୍ରମିକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ସେଠାକାର ପ୍ରଶାସନ, ବିଭିନ୍ନ ସଂଗଠନ ଓ ବିଭିନ୍ନ ଦଳ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ତେବେ ଶହଶହ ଓଡ଼ିଆ ଶ୍ରମିକଙ୍କ ଦୁଃଖ ମୋଚନ କରିବାରେ ସହାୟକ ହୋଇପାରିଛି ନାଭୀ ମୁମ୍ବଇର ଖାର୍ଘର ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ। ଟ୍ରଷ୍ଟର ସମସ୍ତ ସେବକ ବୃନ୍ଦ ନିଜର ଆୟରୁ ଅର୍ଥ ଆଦାୟ ଓଡ଼ିଆ ଓ ଅନ୍ୟ ପ୍ରବାସୀପିଲାଙ୍କୁ ପ୍ରତିଦିନ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ସେବାୟତ ଉମେଶ ଚନ୍ଦ୍ର ପଣ୍ଡିତ ସଂଯୋଜନା କରୁଛନ୍ତି। ମୁମ୍ବାଇରେ ଥିବା ଓଡ଼ିଆଙ୍କୁ ଓଡ଼ିଶା ସରକାର ନେବାକୁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି।