କୋକସରା ବ୍ଲକ ରେ କାଳବୈଶାଖୀ ତାଣ୍ଡବ କୁଆପଥର ସହ ପ୍ରବଳ ବର୍ଷା
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ଅଂଚଳରେ ରବିବାର ଅପରାହ୍ନ ରେ କଳାହାଣ୍ଡିଆ ମେଘ ଘୋଟିବା ସହ ପ୍ରବଳ ବେଗ ରେ ପବନ ଘଡଘଡି କୁଆପଥର ବର୍ଷା ହୋଇଛି ଏତେ ଜୋର ରେ କୁଆପଥର ବର୍ଷା ବିଗତ କିଛି ବର୍ଷ ଧରି ହୋଇନଥିବା ଜଣାପଡିଛି ପ୍ରାୟ ୪୫ ମିନିଟ ଧରି ମୁଷଳ ଧାରା ବର୍ଷା,କୁଆପଥର ଓ ପ୍ରବଳ ପବନ ଯୋଗୁ ବଡ ବଡ ଗଛ ସବୁ ଧରାଶାୟୀ ହୋଇପଡିଛି କୋକସରା ବିଭିନ୍ନ ପଞ୍ଚୟତ ରେ ଅନେକ ଲୋକଙ୍କ ଘର ଛାତ ଉଡି ଯିବା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ଥିବା ଖବର ମିଲୁଛି ତେବେ ରାସ୍ତା କଡ ରେ ଥିବା ଗଛ ଭାଙ୍ଗି ପଡିବା ଫଳରେ ବିଦ୍ୟୁତ ଖୁଣ୍ଟି ଓ ତାର ସବୁ ଓହଳି ପଡିଛି ଗୋଟେ ପଟେ ଲକଡାଉନ ଓ ଅନ୍ୟ ପଟେ କାଳବୈଶାଖୀ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି