ଯୋଡା ସହରରେ ପଶିଲେ ୧୮ ହାତୀ

ଯୋଡା (ସମୀର କୁମାର ଦାସ) : ଶନିବାର ବିଳମ୍ବିତ ରାତିରେ ୧୮ଟି ଜଙ୍ଗଲୀହାତୀ ଯୋଡା ସହର ଭିତରକୁ ପଶି ଆସିଥିବା ଖବର ଅଂଚଳରେ ଆତଙ୍କ ସୃଷ୍ଟି କରିଛି । ଶନିବାର ରାତି ପ୍ରାୟ ୧ଘଟିକା ସମୟରେ ୧୮ ଟି ଜଙ୍ଗଲୀ ହାତୀ ଯୋଡା ସହରର ଭ୍ୟୁ ଠାରେ ଥିବା ଟାଟଷ୍ଟିଲ ନର୍ସରୀ ପାର୍କ ନିକଟକୁ ପଶି ଆସିଥିଲେ । ହାତୀପଲ ସେଠାରେ ପାର୍କର ତାର ବାଡ ଭାଙ୍ଗିବା ସହିତ ପାର୍କର ଦେଖାଶୁଣା ଦାୟିତ୍ୱରେ ଥିବା ମାଳୀଙ୍କ ଘରକୁ ଭାଙ୍ଗି ଦେଇଥିଲେ ଏବଂ ବିଭିନ୍ନ ଗଛଡାଳ ଭାଙ୍ଗି ଫଳମୂଳ ଖାଇଦେବା ସହିତ ଫୁଲଗଛ ଗୁଡିକୁ ଦଳିମକଚି ଦେଇଥିଲେ । ଦୀର୍ଘ ୨ ଘଂଟା ପରେ ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ । ଯୋଡା ବନପାଳ ପିଅନ ନାଏକଙ୍କ ସୂଚନାନୁଯାୟୀ ୧ ମାସ ପୂର୍ବରୁ ଏହି ହତୀପଲ ଝାଡଖଣ୍ଡ ଅଂଚଳରୁ ଆସି ବୈତରଣୀ ରିଜର୍ବ ଫରେଷ୍ଟ ଅଂଚଳ ଜଙ୍ଗଲରେ ବିଚରଣ କରୁଛନ୍ତି । ୪ ହାତୀ ଏହି ହାତୀପଲରୁ ଅଲଗା ହୋଇ ବିଛାକୁଣ୍ଡି ଜଙ୍ଗଲରେ ବିଚରଣ କରୁଥିଲେ । ମାତ୍ର ଶନିବାର ପୁଣି ଥରେ ଉକ୍ତ ୪ ଟି ହାତୀ ହାତୀପଲରେ ମିଶିଥିଲେ । ସେହିପରି ବନ୍ଧୁଆବେଡା ଜଙ୍ଗଲ ଅଂଚଳରେ ୪ ଟି ହାତୀ ବିଚରଣ କରୁଛନ୍ତି । ହାତୀଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ