ହ୍ୱାଟସ ଆପରେ ପରାମର୍ଶ ନେବେ କ୍ୟାନସର ରୋଗୀ
ଭୁବନେଶ୍ୱର: କ୍ୟାନସର ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ହେଲପ ଲାଇନ ନମ୍ବର ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ହ୍ୱାଟସ ଆପ ଭଏସ କଲ ଓ ଭିଡିଓ କଲିଂ କରି ରୋଗୀ ପରାମର୍ଶ ପାଇପାରିବେ । ଜିଲ୍ଲା କ୍ୟାନସର କେୟାର କାର୍ଯ୍ୟକ୍ରମରେ ମେଣ୍ଟର ଡାକ୍ତର ଡି ପେଣ୍ଡାରକରଙ୍କ ମୋବାଇଲ ନମ୍ବର-୯୯୮୭୭୩୬୬୬୫, ରାଜ୍ୟ ନୋକ୍ଳ ଅଫିସର ଡାକ୍ତର ଏସ କେ ସ୍ୱାଇଁଙ୍କ ମୋବାଇଲ ୮୭୬୯୧୧୮୭୮୬ ଓ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟର ନୋଡାଲ ଅଫିସର ଡାକ୍ତର ଏସ ଏନ ମିଶ୍ରଙ୍କ ମୋବାଇଲ-୯୪୩୭୩୮୭୨୬୩ କୁ କଲ କରି ପାରିବେ । ସୋମବାରରୁ ଶନିବାର ଦିନ ୧୦ଟାରୁ ଅପରାହ୍ନ ୧ ଟା ମଧ୍ୟରେ ପରାମର୍ଶ ନେଇପାରିବେ ।


