କୋଣାର୍କ ୟୁଥ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ, ମାକ୍ସ ଓ ସାନିଟାଇଜର ବଣ୍ଟନ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟଵହାର କରିଵା ସହ ସାନିଟାଇଜର ଦ୍ଵାରା ହାତ ସଫା କରି ସଚେତନତା ସୃଷ୍ଟି କରିଵା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏହି ନିୟମ ଆଧାରରେ କୋଣାର୍କ ୟୁଥ ଫାଉଣ୍ଡେସନ ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କୋଣାର୍କ ଏନ୍ ଏ ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ରାଣୀହାଟ ସାହି ରେ ବସ ବାସ କରୁଥିବା ବୁଢ଼ା ବୁଢୀ ମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୧୦୦ରୁ ଉର୍ଦ୍ଧ ମାକ୍ସ ଓ ସାନିଟାଇଜର ବାଣ୍ଟିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। କୋଣାର୍କ ୟୁଥ ଫାଉଣ୍ଡେସନ ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା, ଓ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ମହାରଣା, ସୁନୀଲ ସାହୁଙ୍କ ଏହିପରି ସାମ୍ପ୍ରତିକ ସମୟରେ ଜନକଲ୍ୟାଣ ମୂଳକ ପଦକ୍ଷେପକୁ କୋଣାର୍କ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କୋଣାର୍କ ଅଂଚଳରେ ଲକ ଡାଉନ ଯୋଗୁଁ ତାଲା ବନ୍ଦ ପରିସ୍ଥିତିରେ ଘରେ ରହିଥିବା ଶ୍ରମିକ, ଦିନ ମଜୁରିଆ ଓ ଗରିଵ ଶ୍ରେଣୀ ର ଜନସାଧାରଣ ଓ ବୁଲା ଗୋରୁ ଗାଈମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ମାକ୍ସ ଏବଂ ସାନିଟାଇଜର ଯୋଗାଇ କରୋନା ମୁକାବିଲା ରେ କୋଣାର୍କ ୟୁଥ ଫାଉଣ୍ଡେସନ ନିୟୋଜିତ ରହିବ ଵୋଲି ଗଣେଶ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।


