ସନ୍ତୋଷୀ ମା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ବଗିଚା ସାହି ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ସନ୍ତୋଷୀ ମାଁ ଙ୍କ ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମାସୁନ୍ଦର ଦାଶଙ୍କ ମିଳିତ ପୌରାହିତ୍ୟରେ ଅନୁଷ୍ଠିତ ଶୁଭଖୁଣ୍ଟି ସ୍ଥାପନ ପୂଜାରେ ପ୍ରଥମେ ବୈଦିକ ରୀତିନୀତି ଅନୁଯାଇ କଳସ ସ୍ଥାପନ କରିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା l ପରେ ଶୁଭ ପକା ଯାଉଥିବା ଖୁଣ୍ଟିକୁ ପୁରୋହିତ ନିକୁଞ୍ଜ ଶତପଥୀ ଓ ସଦାନନ୍ଦ ମହାପାତ୍ରଙ୍କ ମିଳିତରେ ପ୍ରଥମେ ହଳଦୀ,ଚନ୍ଦନ,ସିନ୍ଦୁର ଲେପନ କରି ଶେଷରେ ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟିକୁ ସ୍ଥାପନ କରି ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ପୂଜାର୍ଚ୍ଚନା କରିଥିଲେ l କର୍ତା ଭାବେ ମନ୍ଦିରର ମୁଖ୍ୟ ପୂଜାରୀ ଗଙ୍ଗାଧର ବେହେରା,ବିରଞ୍ଚି ନାରାୟଣ ମିଶ୍ର ଓ ଧର୍ମପତ୍ନୀ ବନିତା ମିଶ୍ରଙ୍କ ଦ୍ୱାରା ସଂକଳ୍ପ କରାଯାଇଥିବା ବେଳେ ପୁରହିତ ଜଗନ୍ନାଥ ସାମନ୍ତରାୟ,ସୁନୀଲ ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟ ପୁରହିତ ମାନେ ସହଯୋଗ କରିଥିଲେ। ପରେ ସମସ୍ତେ ପୂଜା କରାଯାଇଥିବା ଖୁଣ୍ଟିକୁ ସ୍ଥାପନ କରିଥିଲେ। ଆସନ୍ତା ଜୁନ ୨୦ ତାରିଖରେ ଅଙ୍କୁରା ରୋପଣ, ୨୧ ତାରିଖରେ ଦୀକ୍ଷା ଗ୍ରହଣ,ଗଙ୍ଗା ଆବାହନ, ମଣ୍ଡଳକରଣ,ଧ୍ୟାନଦିବସ,୨୨ ତାରିଖରେ ପୂଜାରମ୍ଭ,ସୂର୍ଯ୍ୟ ପୂଜା, ଗୋପୂଜା,ସୌରାଗ୍ନୀ ସ୍ଥାପନ,ବନଜାଗ,୨୩ ତାରିଖରେ ରତ୍ନାମୁଦ,ମାଁ ଙ୍କ ମହାସ୍ନାନ, ମାଁ ଙ୍କ ଜୀବନ୍ୟାସ ୨୪ ତାରିଖରେ ଶିଖର କଳସ ସ୍ଥାପନ,ମାଁ ଙ୍କ ମନ୍ଦିର ପ୍ରବେଶ, ପୂର୍ଣ୍ଣାହୁତି,ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ଉକ୍ତ ଶୁଭଖୁଣ୍ଟିକୁ ସ୍ଥାପନ ପୂଜାକୁ କମିଟିର ସଭାପତି ଶୁକ୍ରୁ ବେହେରା, ସମ୍ପାଦକ ସୁଦର୍ଶନ ସାହୁ କୋଷାଦକ୍ଷ ଧରଣୀ ବେହେରା,ଶତ୍ରୁଘନ ଦୋରା,ପଦ୍ମ ବେହେରା, ରାଜୁ ବେହେରା,ଶମ୍ଭୁ ବେହେରା,ଜଳନ୍ଧର ବେହେରା, ପବିତ୍ର ବେହେରା,ରାଜକିଶୋର ବେହେରା, ଟିକେରାମ ବେହେରା,ଯୁଜେଷ୍ଟି ବେହେରା,ମାଧବ ବେହେରା,ଯୁଗେଶ୍ୱର ବେହେରା,ସଦାନନ୍ଦ ବେହେରା,ଉମା ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ