କ୍ୱାରେଣ୍ଟାଇନରେ ଅବ୍ୟବସ୍ଥା ଯୋଗୁଁ ଛତ୍ରଭଙ୍ଗ ଦେଲେ ପ୍ରବାସୀ ଓଡ଼ିଆ
କୋଦଳା,(ଗୁଲସନ୍ କୁମାର କର) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସ୍ଥିତ ୨ ଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବବ୍ୟବସ୍ଥା ଅଭିଯୋଗ। ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟାଇନରୁ ଛତ୍ରଭଙ୍ଗ ଦେଲେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ। ଉଭୟ ସେଣ୍ଟରରୁ ଗେଟ୍ ଭାଙ୍ଗି ଶତାଧିକ ଲୋକେ ଫେରାର୍ ହେଉଥିବା ବେଳେ କଞ୍ଚଣା ଠାରେ ଅଟକାଇ ଥିଲା ପ୍ରଶାସନ। ସ୍ଥାନୀୟ କୋଦଳା ତହସିଲଦାର, ବିଡିଓ ଓ ଥାନା ଅଧିକାରୀଙ୍କ ଉଦ୍ୟମରେ ଲୋକଙ୍କୁ ଫେରାଇ ଅଣାଗଲା। ତଥାପି ଅନେକ ଲୋକ ଫେରାର୍ ଥିବା ସୂଚନା। ଗତକାଲି ସୁରଟରୁ ବସ୍ ଯୋଗେ ଆସି ବେଗୁନିଆପଡ଼ା ପହଞ୍ଚିଥିଲେ ଶହ ଶହ ପ୍ରବାସୀ ଓଡିଆ। କ୍ୱାରେଣ୍ଟାଇନ ସେଣ୍ଟରରେ ଅବବ୍ୟବସ୍ଥା ଓ ଖାଦ୍ୟ ପାନୀୟ ମିଳିନଥିବା ଅଭିଯୋଗ।