ଯୋଗୀମାରିରେ କୁଟୁରା ଉଦ୍ଧାର ; ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଯୋଗୀମାରି ଗ୍ରାମରେ ଆଜି ଅପରାହ୍ନ ୩ ସମୟରେ ଏକ କୁଟୁରା କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ କୁଟୁରାଟି ଗ୍ରାମ ପାଖରେ ଥିବା ନଦୀ ପଠାରେ ଚରୁଥିବା ବେଳେ କୁକୁର ମାନେ ତା ଉପରେ ଆକ୍ରମଣ କରିଥିଲେ। ଫଳରେ କୁଟୁରା ଟି କୌଣସି ଉପାୟ ନ ପାଇ ଗ୍ରାମର ସୂର୍ଯ୍ୟ ନାରାୟଣ ଗୌଡ଼ ଙ୍କ ଘରେ ପଶି ଯାଇଥିଲା। ଏହା ପରେ ଗ୍ରାମର ରତ୍ନେଶ୍ୱର ସେଠୀ ଓ ଗ୍ରାମବାସୀ ମାନେ ପହଂଚି କୁଟୁରା ଟି କୁ ଉଦ୍ଧାର କରିବା ସହ ତାକୁ ପାଣି ଓ ଆଘାତ ଲାଗିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅପରପକ୍ଷରେ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀ ମାନେ ପହଂଚି କୁଟୁରା ଟିକୁ ଉଦ୍ଧାର କରିବା ସହ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆ ଯାଇଥିବା ସୂଚନା ମିଳିଛି ।


