ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସମାଜସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ
ଭୁବନେଶ୍ୱର: (ଯୁଗାଦ୍ଦ ନ୍ୟୁଜ)- ପାଶ୍ଚାତ୍ୟ ପରମ୍ପରା ତଥା ଆଧୁନିକତା ଜୀବନଶୈଳୀ ମଧ୍ୟରେ ହଜିଯାଉଥିବା କଳା ଓ ସଂସ୍କୃତି (ଯାତ୍ରା)କୁ ବ ।ଇ ରଖିବାର ଅଦମ୍ୟ ଚେଷ୍ଟା ସହିତ ଏହାର ପ୍ରଚାର ପ୍ରସାର ତଥା ସମାଜସେବା ଓ ଜନହିତକାରୀ କାର୍ଯ୍ୟକ୍ରମ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ଡି.ଏ.ଭି.କଳିଙ୍ଗନଗର ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅଧିନ ଗୋପୀନାଥପୁର ଠାରେ ଆୟୋଜିତ ପ ଦିବସୀୟ ଆ ଳିକ ରଜ ମହୋତ୍ସବର ଅନ୍ତିମ ଦିବସରେ ସମ୍ମାନୀତ କରାଯାଇଛି । ବିଜୟାନନ୍ଦ ଯୁବ ପରିଷଦ ତଥା ଆ ଳିକ ରଜ ମେହୋତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବର ସମ୍ବର୍ଦ୍ଧନା ଉତ୍ସବରେ ସୁନାମଧନ୍ୟ ଚଳଚ୍ଚିତ୍ର ତଥା ମ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡଃ ପ୍ରକାଶଙ୍କୁ ଉ ରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ତଥା ଏକ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆଗମୀ ଦିନରେ ଏହପରି କାର୍ଯ୍ୟକ୍ରମ ଜାରି ରଖି ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ । ସୂଚଚାଯୋଗ୍ୟ ଡଃ ପ୍ରକାଶ ଅଧ୍ୟାପନା ସହ ୨୫ ବର୍ଷରୁ ଉଦ୍ଧ୍ୱର୍କାଳ ଧରି ସାଂସ୍କୃତିକ ତଥା ସମାଜସେବା କ୍ଷେତ୍ରରେ କାର୍ଯ୍ୟକରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିରବର ସାହୁ, ଇଂ. ଧୀରେନ୍ଦ୍ର କୁମାର ବିଶ୍ୱାଳ, ସୁଜିତାଭ ଶତପଥୀ, ବିର ô ନାରାୟଣ ଦାସ ଓ ସଂଧ୍ୟାରଣୀ ମଲ୍ଲିକ୍ ପ୍ରମୁଖ ଅତିଥିରୂପେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ପରିଚାଳନା କରିଥିବାବେଳେ ରାମଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


