ମଧୁସୁଦନ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ପାଇଁ ସମଗ୍ର ଭୁବନେଶ୍ୱର ମହାନଗର ଲକ୍ଡାଉନ୍ ପାଇଁ ଠପ୍ ହୋଇଯାଇଥିବା ବେଳେ କରୋନା ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଭଉଣୀମାନେ କିନ୍ତୁ ତାଙ୍କ କାର୍ଯ୍ୟରୁ ବିରତ ହୋଇ ନଥିଲେ । ସେମାନେ ତାଙ୍କର ସେବାକାମ କରିଚାଲିଛନ୍ତି । ସେହି ସମୟରେ ଏହି କରୋନା ଯୋଦ୍ଧାଙ୍କ ସେବାରେ ନିଜକୁ ସାମିଲ କରିଥିଲେ ଜଣେ ସ୍ୱୟଂସେବକ । ମଧୁସୁଦନନଗର, ପୋଷ୍ଟାଲ କୋଲୋନୀ, ୟୁଟିଟ-୪, ଏଜି କଲୋନୀ, ଭୌମ ନଗର ଆଦି ଅଂଚଳରେ ଯେଉଁ କରୋନା ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଭଉଣୀମାନେ ସ୍ୱଚ୍ଛତା କାମରେ ନିୟୋଜିତ ଥିଲେ ସେହିମାନଙ୍କୁ ପ୍ରତିଦିନ ଚାହା ଓ ବିସ୍କୁଟ ମାଗଣାରେ ଯୋଗାଉଥିଲେ ସୁଶାନ୍ତ ନାୟକ ଓ ତାଙ୍କ ପରିବର । ପ୍ରତିଦିନ ୩୨ରୁ ଉର୍ଦ୍ଧ୍ୱ କରୋନା ଯୋଦ୍ଧାଙ୍କୁ ସେ ଏହି ସେବା ଯୋଗାଉଥିଲେ । ଶେଷରେ ଗତ ୨ ତାରିଖ ଦିନ ସେହି ୩୨ ଜଣ କରୋନା ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଭଉଣୀମାନଙ୍କୁ ଉତରୀୟ ଓ ଶୁଖିଲା ଖାଦ୍ୟ ଦେଇ ସମ୍ମାନୀତ କରିଛନ୍ତି ସୁଶାନ୍ତ ନାୟକ । ନାୟକ କହିଛନ୍ତି ଯେ ଏହି ପରି ସେବାକାମ କରିବା ପାଇଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ପ୍ରେରଣା ପାଇଛନ୍ତି ।


