ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ବର୍ଦ୍ଧନା ଉତ୍ସବ

ହିଂଜିଳିକାଟୁ,  (ଶେଷଦେବ ସାହୁ): ଚଳିତ ଶିକ୍ଷାବଷଁ ମାଧ୍ୟାମିକ ଶିକ୍ଷା ପରୀଷଦ ଦ୍ୱାରା ପରିଚାଳିତ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଏ-୧ ରେ ପାସ କରିଥିବା ୧୦ ଜଣ କୃତୀ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସୋମବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।ବିଦ୍ୟା ମନ୍ଦିରର ପରିଚାଳନା କମିଟିର ସମ୍ପାଦକ ଡ଼ଃ. ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିରର ଉପଦେଷ୍ଟା ଇ. ଅନ୍ତର୍ଯ୍ୟାମି ପାତ୍ର ଯୋଗଦେଇ କୃତି ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ବିଦ୍ୟା ମନ୍ଦିରର ଟପ୍ପର ହୋଇଥିବା ତଥା ଗଂଜାମ ଜିଲ୍ଲାରେ ୩ୟ ଓ ଶିକ୍ଷା ବିକାଶ ସମିତି ମଧ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଅମନ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ମନ୍ଦିରର ଏ-୧ ରେ ଉତୀର୍ଣ୍ଣ ହୋଇଥିବା ସାଧନାରାଣୀ ବେହେରା, ଚିନ୍ମୟୀ ପ୍ରଧାନ, ଉମେଶ ଭୂୟାଁ, ଶ୍ରୀୟାସରଗମ ନାୟକ, କିର୍ତୀକା ବେହେରା, ଅଶ୍ୱିନି ସ୍ୱାଇଁ, ବୈଜୟନ୍ତ ଦଳାଇ, ପବିତ୍ର ବେହେରା ଓ ଆଲୋକ ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହପ୍ରଧାନଆଚାର୍ଯ୍ୟ ସୁଶାନ୍ତ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ