ଜଗନ୍ନାଥ ପ୍ରସାଦ ନିକଟ ଜାମଗେରେଡା ଆଦର୍ଶ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ଗୋଷ୍ଟି ସଂଘର୍ଷ ରେ ୩ ଆହତ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗେରେଡା ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କ୍ୟାରେଣ୍ଟାଇନ ସେଣ୍ଟର ରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୩ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପ୍ରବାସୀ ଓଡ଼ିଆ ଯୁବକ ମାନକୁ ଗତ ଶନିବାର ଦିନ ପ୍ରଶାସନ ପକ୍ଷରୁ ଆଦର୍ଶ ବିଦ୍ୟାଳୟ ସଙ୍ଘରୋଧ କେନ୍ଦ୍ର ରେ ରଖାଯାଇଥିଲା। ସେହି ଦିନ ଠାରୁ ସଂଘରୋଧ କେନ୍ଦ୍ର ରେ ୨ଗୋଷ୍ଟି କୁ ନେଇ କୌଣସି କାରଣରୁ ଗଣ୍ଡଗୋଳ ଲାଗିରହିଥିଲା। ଫଳରେ ତାହା ମଙ୍ଗଳବାର ଉଗ୍ରରୂପ ନେଇଥିଲା। ୨ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ସୂଚନା ମିଳିଛି। ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏ ନେଇ ଜଗନ୍ନାଥପ୍ରସାଦ ଥାନାରେ କେସ ନଂ ୭୬/୨୦ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ଏ ଘଟଣା କୁ ନେଇ କିଛି ପ୍ରବାସୀ ଓଡ଼ିଆ ମାନକୁ ଅନ୍ୟତ୍ର ସଙ୍ଘରୋଧ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ