ଦେୱାନୀ ମକଦ୍ଦମାର ପ୍ରତିଷ୍ଠା ଏବଂ ନିଷ୍କାସନ ଆଲୋଚନା ଚକ୍ର

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ‘ଦେୱାନୀ ମକଦ୍ଦମାର ପ୍ରତିଷ୍ଠା ଏବଂ ନିଷ୍କାସନ”   ବିଷୟବସ୍ତୁକୁ ନେଇ ଏକ ଆଇନ ସଚେତନତାମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଓକିଲ ସଂଘର ସଭାପତି ଏଲ. ଗୋପାଲ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ର ରେ ସିଭିଲ୍ ମାମଲା ଦାୟର, ମାମଲାର ବିଚାର ପ୍ରକ୍ରିୟା ଓ ମାମଲାର ଶୀଘ୍ର ନିଷ୍ପତ୍ତି ସମ୍ପର୍କିତ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଗଞ୍ଜାମ ବାରର ବରିଷ୍ଠ ଆଇନଜୀବୀ ପି. ନରସିଂହ ପାତ୍ର ଓ ଉମା ଶଙ୍କର ସାବତ, ଛତ୍ରପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାମନ୍ତରାୟ ଓ ଗୋକୁଳ ଚନ୍ଦ୍ର ପଣ୍ଡା ଯୋଗଦେଇ ବିଷୟବସ୍ତୁ ଉପରେ କହିଥିଲେ। ଏହି ଅବସରରେ ସଂଘର ଉପସଭାପତି ପ୍ରଦୀପ କୁମାର ପଲାଇ, ସାଧାରଣ ସମ୍ପାଦକ କେ. ଦୁର୍ଯ୍ୟୋଧନ ରେଡ୍ଡୀ, ଲାଇବ୍ରେରୀ ସେକ୍ରେଟାରୀ ଏନ. ଗୋପୀ,  ଆସିଷ୍ଟାଣ୍ଡ ସେକ୍ରେଟାରୀ ବିଜୟଲକ୍ଷ୍ମୀ ରେଡ୍ଡୀ, ସହ ସମ୍ପାଦକ ଅପସରା ଯାନଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବହୁ ସଦସ୍ୟ / ସଦସ୍ୟା ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ