ନାଉଗାଁରେ ଅମାନିଆ ବ୍ୟବସାୟୀ ମାନୁ ନାହାନ୍ତି

ନାଉଗାଁ (ଓ୍ବାଇଏନ୍ଏସ୍) : ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଲାଗୁ ହୋଇଛି । ଜଗତସିଂହପୁର ଜିଲ୍ଲା ସବୁଜ ଜୋନରେ ଥିଲେ ବି ଏହି ଲକ ଡାଉନ କଟକଣାକୁ କଡାକଡି ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ସମୟରେ ଯେଉଁ ସବୁ ଦୋକାନ ଖୋଲା ରହିଥିଲା ଏହି ପର୍ଯ୍ୟାୟରେ ସେହିସବୁ ଦୋକାନ ଖୋଲା ରହିବ ବୋଲି ଦର୍ଶାଯାଇଛି । ଏହି ନିର୍ଦ୍ଦେଶନାମାରେ ପାନ ଦୋକାନ, ସେଲୁନ୍‌, ହୋଟେଲ ଓ ରେଷ୍ଟୁରାଂଟ ସହିତ କପଡା ଦୋକାନ, ଗହଣା ଗାଣ୍ଠି ଦୋକାନ, ମଦ ଦୋକାନ, ଚା ଦୋକାନ ଆଦି ଖୋଲାଯିବ ନାହିଁ । କିନ୍ତୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ସକାଳ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଉକ୍ତ ଦୋକାନ ଗୁଡିକ ସାମାଜିକ ଦୁରତ୍ୱ ନିୟମକୁ ପାଳନ କରିବା ସହିତ ମାସ୍କ ବ୍ୟବହାର ଉପରେ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ନାଉଗାଁ ବ୍ଳକର ନାଉଗାଁହାଟ, ଗଂଗଦାହାଟ, ମୁଣ୍ଡାଳୋ ଆଦି ସ୍ଥାନରେ ଏହି ନିର୍ଦ୍ଦେଶ ନ ମାନି ଚା ଦୋକାନ, ପାନ ଦୋକାନ, ସେଲୁନ୍‌, କପଡା ଦୋକାନ, ଗହଣା ଗାଣ୍ଠି ଦୋକାନ ଗୁଡିକ ଖୋଲା ରହିଥିବା ଦେଖାଯାଇଛି । ଏପରିକି ଉକ୍ତ ଦୋକାନ ଗୁଡିକରେ ସାମାଜିକ ଦୁରତ୍ୱ ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟରେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରୀ କରାଯାଇଛି । ଏହି ସମୟରେ କୌଣସି ଘରୋଇ ଯାନବାହନ ଓ ବାଇକ ଚଳାଚଳ କରିପାରିବେ ନାହିଁ । କିନ୍ତୁ ଏହି ସବୁ ସ୍ଥାନରେ ଅମାନିଆ ବାଇକ ଚାଳକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘୁରି ବୁଲୁ ଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାଟ୍ରୋଲିଂକୁ କାଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ