ରେଡକ୍ରସ୍ ମାଷ୍ଟର ଟ୍ରେନର ହେଲେ ଶିକ୍ଷକ ହିମାଂଶୁ କୁମାର ମହାନ୍ତି

ନାଉଗାଁ ,(ପ୍ରଦୋଷ ମହାନ୍ତି) :ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉଚ୍ଚସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣରେ ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂଶ ପଞ୍ଚାୟତର ଓଡ଼ପଏଙ୍ଗାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହିମାଂଶୁ କୁମାର ମହାନ୍ତି ସଫଳତା ହାସଲ କରିଛନ୍ତି। ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ସର୍ବୋଚ୍ଚ ଯୋଗ୍ୟତା ‘ଲେ-ଲେକ୍ଚରର’ ସମ୍ପୂର୍ଣ୍ଣ କରି ସେ ଗୌରବ ଆଣିଛନ୍ତି। ଦୀର୍ଘ ୫ ବର୍ଷର ନିରନ୍ତର ସାଧନା ଏବଂ ଅଧ୍ୟୟନ ପରେ ହିମାଂଶୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେଇ ସଫଳ ହୋଇଛନ୍ତି। ସାଧାରଣ ଜନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି। ସଡ଼କ ଦୁର୍ଘଟଣା, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସେ ଜଣେ ମାଷ୍ଟର ଟ୍ରେନର ଭାବେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସାଧାରଣ ଜନତାଙ୍କୁ ପ୍ରଶିକ୍ଷଣ ଦେବେ। ଗତ ୨୫ ତାରିଖରେ ଭୁବନେଶ୍ବରସ୍ଥିତ ରେଡକ୍ରସ୍ ଭବନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରେଡକ୍ରସ୍ ସୋସାଇଟି ପକ୍ଷରୁ ତାଙ୍କୁ ସାର୍ଟିଫିକେଟ୍ ଏବଂ ପରିଚୟପତ୍ର ପ୍ରଦାନ କରାଯାଇଛି। ଏନେଇ ପ୍ରଧାନଶିକ୍ଷକ, ସହକର୍ମୀ, ରେଡକ୍ରସ୍ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ