ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଚିକିଟି (ଯୁଗାବ୍ଦ ନ୍ୟୁଜ)ଚିକିଟିର ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ବଦାନ୍ୟତାରେ ସଂଗୃହିତ ଦଶ ହଜାର ଟଙ୍କା ବ୍ରହ୍ମପୁର ଇଣ୍ଡଷ୍ଟ୍ରିୟାଗେ୍ଧଟ ପରିସର ସ୍ଥିତ ଭାରତୀୟଗେ୍ଧଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଭାତ ରଞ୍ଜନ ବେହରୋଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନଗଦ ଆକାରରେ ପ୍ରେରିତ ହୋଇଅଛି । ଓଡିଶାରେ ଫୋନି ପ୍ରଭାବିତ ଅଧିବାସୀମାନଙ୍କ ସହାୟତା ପ୍ରକଳ୍ପେ ପ୍ରଦତ ଏହି ଅର୍ଥ ସଭାପତି ମାନଓ ବସ୍ତରୀ, ଗଣେଷ ପଣ୍ଡି, ଉପଦେଷ୍ଟା ଡାଃ. ଓହଦେବ ପଣ୍ଡା, ସଂପାଦକ ରଙ୍ଗନାଥ ପଣ୍ଡା, ସହସଂପାଦକ ରାଧାକୃଷ୍ଣ ମହାନ୍ତି , କୋଷାଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ଆଚାରୀଙ୍କ ଉପସ୍ଥିତିରେ ପ୍ରଦତ ହୋଇଅଛି । ଚିକିଟି ଅଞ୍ଚଳର ବରିଷ୍ଠ ନାଗରିକ ଏହି ସାଧୁ ଉଦ୍ୟମ ସମସ୍ତଙ୍କୁ ଅନୁକରଣୀ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।