ଅଧିକ ଟେଷ୍ଟ ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାକୁ ଅଧିକ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ୟୁପି ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ତିନି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ତିନି ରାଜ୍ୟରେ ପ୍ରଚୁର ପ୍ରବାସୀ ଆସୁଥିବାରୁ ଟେଷ୍ଟିଂ ବଢାଇବାକୁ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଟେଷ୍ଟିଂ ସୁବିଧା ଯଥେଷ୍ଟ ନଥିବାରୁ କେସ୍‌ ବଢିଯିବା ନେଇ ଆଶଙ୍କା ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଭୁବନେଶ୍ବରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ଦିନକୁ ୩ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ ହେଉଥିବାର ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌। ରାଜ୍ୟରେ ୮ଟି ଲ୍ୟାବ୍‌ରେ ଦିନକୁ ତିନି ହଜାରରୁ ଅଧିକ ଟେଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୫୨ ହଜାରୁ ୯ ଶହ ନମୁନା ପରୀକ୍ଷା ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ