ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ଓ ମାସ୍କ ପ୍ରଦାନ

ବନ୍ତ (ଚାନ୍ଦିନୀ ମହାନ୍ତି) : ଛୟାଳସିଂ ପଞ୍ଚାୟତସ୍ଥିତ ମା’ବଉଳାଶୁଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ୫୦ ଜଣ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଥିବା ବେଳେ ଲକ୍ ଡାଉନ୍ ସମୟରେ ଏହି ମହାନ କାର୍ଯ୍ୟରେ ନିଜସ୍ୱ ଅର୍ଥରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏଭଳି ପଦକ୍ଷେପ ନେଇଛନ୍ତି । କାର୍ଯ୍ୟକ୍ରମରେ ସରପଞ୍ଚ ଚିନ୍ତାମଣି ଘଡେଇ ଯୋଗ ଦେଇଥିବା ବେଳେ ମହାଲକ୍ଷ୍ମୀ ମହାସଂଘର ସଂପାଦିକା ସବିତା ମହାନ୍ତି, ସଭାନେତ୍ରୀ ଅନିମା ଘଡେଇ, ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌମ୍ୟରାଣୀ ମହାନ୍ତି, ସଭାନେତ୍ରୀ ବାସନ୍ତୀ ବଳ, ଆଶା କର୍ମୀ ରଞ୍ଜିତା ପଣ୍ଡା, ପାର୍ବତୀ ଖଣ୍ଡା, ପ୍ରତିଭା ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ