ଘରବାହୁଡା ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେଲେ ସ୍ୱେଚ୍ଛାସେବୀ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମାରେ ଅବସ୍ଥିତ ଶାନ୍ତି ୟୁଥ୍ କ୍ଲବର ସଭ୍ୟ ମାନେ କରୋନା ଲକ୍ ଡାଉନ୍ ସମୟରେ ଲୋକ ମାନଙ୍କ ସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବୁଧବାର ୧୨ ଜଣ ଶ୍ରମିକ ଧାମରାରୁ ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ବେଳେ ସେମାନଙ୍କୁ ଖାଇବାକୁ ଦେବା ସହ ନିଜସ୍ୱ ଅର୍ଥରେ ଗାଡି ବ୍ୟବସ୍ଥା କରି ଘରକୁ ପଠାଇଥିଲେ । ସେହିପରି ଗୁରବାର ୬ ଜଣ ଶ୍ରମିକ ଭଦ୍ରକ ରାନ୍ଦିଆ ଠାରୁ ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ବେଳେ ସେମାନଙ୍କୁ ବନ୍ତ ଠାରେ ରନ୍ଧାଖାଦ୍ୟ ଖାଇବାକୁ ଦେଇଛନ୍ତି । ଏଭଳି ମହାନ କାର୍ଯ୍ୟରେ ୟୁଥ୍ କ୍ଲବର ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, କାହ୍ନା ନାୟକ, ଆଶିଷ ଚକ୍ରବର୍ତ୍ତୀ, ପ୍ରକାଶ ଜେନା, ଶ୍ୟାମ ସୁନ୍ଦର ସିଂ, ସଂଗ୍ରାମ କେଶରୀ ଦାସ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ