୩୯ଟି ପଂଚାୟତ ନିର୍ଭର କରୁଥିବା ଆକାଉଂଟ ଅଫିସରେ ଝୁଲୁଛି ତାଲା

ମୋହନା,(ଅଂଶୁମାନ ପଣ୍ଡା):କରୋନାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ ରଖିଛନ୍ତି । ଏହି ନିୟମକୁ ଉଲଂଘନ କରୁଛନ୍ତି ମୋହନା ବ୍ଳକରେ ଆକାଉଂଟ ଅଫିସର । ସମସ୍ତ ବ୍ଳକ କର୍ମଚାରୀ, ବିଡିଓ ବଂଶିଧର ଖୋସଲା କରୋନା ପାଇଁ ରାତି ଦିନ ଏକ କରି ନିଜ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏହି ଦିଗରେ ଦିନ ଦ୍ୱିପହରରେ ତାଲା ଝୁଲାଇ ନିଜ ଘରକୁ ଗଞ୍ଜାମ ଜିଲ୍ଲାକୁ ଚାଲିଯାଇଛନ୍ତି ଆକାଉଂଟ ଅଫିସର ବିଜୟ କୁମାର ନାୟକ । ୩୯ଟି ପଂଚାୟତ ନିର୍ଭର କରିଥାଏ ମୋହନା ବ୍ଳକ ଉପରେ । ରାତି ପାହିଲେ ଶହ ଶହ ଲୋକ ଆସନ୍ତି ନିଜ କାମରେ ବିଲକୁ ନେଇ । କିନ୍ତୁ ଆକାଉଂଟ ଅଫିସର ଦିନେ ମୋହନାରେ ରହିଲେ ଦିନେ ଗଞ୍ଜାମ ଜିଲ୍ଲାରେ ନିଜ ଘରେ ରହୁଛନ୍ତି ଯାହା ଫଳରେ ଲୋକେ ଆସି ହନ୍ତସନ୍ତ ହୋଇ ଫେରୁଛନ୍ତି । ଏ ବିଷୟ ନେଇ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ସମସ୍ତ କରୋନା ଉପରେ ବ୍ୟସ୍ତ ରହୁଥିବା ବେଳେ ସେ କାହାକୁ କହି ଯାଉଛନ୍ତି ଏବଂ କାହାକୁ କହି ଆସୁଛନ୍ତି ତାହା ମୁଁ ଜାଣିନାହିଁ । ଏହି ବିଷୟରେ ବିଜୟ ନାୟକଙ୍କୁ ଯୋଗା ଯୋଗ କରିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ