ଶ୍ରୀରାମ ଫାଇନ୍ସର ଦଶଲକ୍ଷ ଟଙ୍କାର ଠକେଇ ମାମଲାରେ ପୂର୍ବତନ ସରପଞ୍ଚଙ୍କ ସହ ଜଣେ ଗିରିଫ

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝରେଡି ଗ୍ରାମର ବୁଦ୍ଧିଦାଶ ଶ୍ରୀରାମ ଫାଇନ୍ସ ରେ ବାନ୍ଧିଥିବା ଦାଶଲକ୍ଷ ଟଙ୍କାର ବୀମା କୁ ଜାଲିଅତିକରି ଉଠାଇବା ଓ ଭୁଲ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ଅବସରେ ପୂର୍ବତନ ସରପଞ୍ଚ ତୋଫାନ ନାୟକଙ୍କ ସହ ଏଜେଣ୍ଟ ସଂଜୟ ନାୟକ ଙ୍କୁ ରମ୍ଭା ପୋଲିସି ଗିରିଫ କରିକୋର୍ଟ ଚାଲଣ କରିଥିବା ଦେଖାଯାଇଛି ।ରମ୍ଭା ଥାନା ଅନ୍ତର୍ଗତ ଝାରେଡି ଗ୍ରାମର ବୁଦ୍ଧି ଦାଶ ଶ୍ରୀରାମ ଫାଇନ୍ସରେ ଦଶଲକ୍ଷ ଟଙ୍କାର ବୀମା ଦଶବର୍ଷ ପାଇଁ ଏଜେଣ୍ଟ ସଞ୍ଜୟ ନାୟକ ମାଧ୍ୟମରେ କରିଥିଲେ ।ଉକ୍ତ ସମୟ ରେ ତତ୍କାଳୀନ ସରପଞ୍ଚ(୨୦୧୩- ମସିହାରେ) ତୋଫାନ ନାୟକ ବୁଦ୍ଧି ଦାସ ଙ୍କ ବୟସ କୁ ଭଲ ଜନ୍ମ ତାରିକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ବୁଦ୍ଧି ଙ୍କର କେହି ନ ଥିବାରୁ ସନ୍ଧ୍ୟା ନାୟକ ନାମକ ଜଣେ ମହିଳା ଓ ଏଜେଣ୍ଟ ସଂଜୟ ଏବଂ ସୁକାନ୍ତ ଦାସ ମିଳିତ ଭାବେ ତିନିଜଣ ବୁଦ୍ଧି ଙ୍କ ନାମରେ ଆନ୍ଧ୍ର ବ୍ୟାଙ୍କ ରେ ଖାତା ଖୋଲି ,ଏଟିଏମ୍ କରି ଦଶଲକ୍ଷ ଟଙ୍କା ଉଠାଇଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀରାମ ଫାଇନ୍ସ ତରଫରୁ ଅନୁଧ୍ୟାନ ପାଇଁ ଆସିଥିବା ଅଧିକାରୀ ମାନେ ବୁଦ୍ଧି ଙ୍କୁ ପଚାରିବାର ସେ କିଛି ଜାଣିନଥିବା ଓ ଟଙ୍କା ଉଠାଇନଥିବା କହିଥିଲା । ପରେ ଫାଇନ୍ସ କମ୍ପାନୀ ପକ୍ଷରୁ ଖୋଡ଼ତାଡ଼ କରିବାରୁ ଏଜେଣ୍ଟ ସଂଜୟ ଓ ସୁକାନ୍ତ ଜାଲିୟତି କରି ଟଙ୍କା ହଡପ କରିଥିବା ଜାଣିବାକୁ ପାଇବାପରେ ରମ୍ଭା ଥାନାରେ ଏତଲା ଦେଇଥିଲେ । ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠି ଛାନଭିନ କରି ଜାଲପ୍ରମାଣ ପତ୍ର ଦେବା ଅଭିଯୋଗ ରେ ପୂର୍ବତନ ସରପଞ୍ଚ ତୋଫାନ ନାୟକ ,ଓ ଏଜେଣ୍ଟ ସଞ୍ଜୟ ନାୟକ କୁ ଗିରିଫ କରି କୋର୍ଟ ଚାଲାଣ କରିଥିଲେ ।ଏହି କାମରେ ଜଡିତ ଥିବା ଆଉ ଦୁଇଜଣ ପୋଲିସ ର ଛାନଭିନ ପରେ ଫେରାର ହୋଉଯାଇଥିବା ବେଳେ , ତଦନ୍ତ ରେ ବାଧାସୃଷ୍ଟି ହେବା ଆଶଙ୍କାରେ ଏଥୁରେ ସପୁକ୍ତ ଥିବାକିଛି ବେକ୍ତି ଙ୍କ ନାମ ଗୁପ୍ତ ରଖାଯାଇଥିବା ଆଇଆଇସି ସେଠି କହିଛନ୍ତି ।ଏନେଇ କେଶ ୯୬/୨୦ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ