ସ୍ୱେଚ୍ଚାସେବୀ ମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଧେଶ
ଯାଜପୁର,(ଓ୍ବାଇଏନ୍ଏସ୍):ଯାଜପୁର ଜିଲାପାଳ ଅପିଂସର ଓସୱାନ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଭିଡିଓ କନପଂରେନ୍ସି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ବର୍ଷାଦିନ ପୂର୍ବରୁ ରାସ୍ତାଘାଟ ମରାମତି ସହିତ ନଦୀବନ୍ଧ ଗୁଡିକର ମରାମତି କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏଥିପାଇଁ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ସଜାଗ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟୁତ୍,ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ଆବଶ୍ୟକ ପଦପେକ୍ଷପ ନେବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ସେହିପରି ବର୍ଷା ଦିନରେ ବିଭିନ୍ନ ନଦୀରେ ପଡିବାକୁ ଥିବା ଡଂଗା ଏବଂ ଡଂଗା ଚାଳକ ମାନଙ୍କର ପଂଜିକରଣ ବାଧ୍ୟତାମୁଳକ କରାଯାଇଛି । ବର୍ଷାଦିନ ପାଇଁ ଔଷଧ,ହାଲୋଜେନ ବଟିକା ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ସ୍ୱେଚ୍ଚାସେବୀ ମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ବୈଠକରେ ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।