ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସର ୯୩୦୪ ପଦବୀ ଉଚ୍ଛେଦ

ନୂଆଦିଲ୍ଲୀ : ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସ (ଏମଇଏସ)ର ୯୩୦୪ ପଦବୀ ଉଚ୍ଛେଦ ଲାଗି ବିଭାଗୀୟ ପ୍ରମୁଖ ଯନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ ପ୍ରଦାନ କରିଛନ୍ତି । ସଶସ୍ତ୍ର ବାହିନୀର ପ୍ରତିରକ୍ଷା ଖର୍ଚ୍ଚର ସନ୍ତୁଳନ ଓ ସଠିକ ପରିଚାଳନା ନିମନ୍ତେ ଲେଫ୍ଟନାଣ୍ଟ ଜେନେରାଲ ସେକତକରଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସିଭିଲିଆନ ୱାର୍କଫୋର୍ସର ପୁନଃ ସଂରଚନା କରାଯାଇ ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସ ଦ୍ୱାରା ସମ୍ପାଦନ କରାଯାଉଥିବା କାର‌୍ୟ୍ୟକୁ କିପରି କରାଯାଇପାରିବ ସେ ନେଇ କମିଟି ପରାମର୍ଶ ଦେଇଥିଲା । କମିଟିର ପରାମର୍ଶ ଅନୁଯାୟୀ ଏମଇଏସ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା କାର‌୍ୟ୍ୟର କିଛି ଅଂଶ ସିଭିଲିଆନ ୱାର୍କଫୋର୍ସ କରିବେ ଏବଂ ଆଉ କିଛି ଅଂଶ ଆଉଟ ସୋର୍ସିଂ କରାଯିବ । କମିଟିର ପରାମର୍ଶ ଅନୁସାରେ ଏମଇଏସର ମୋଟ ୧୩,୧୫୭ ପଦବୀ ମଧ୍ୟରୁ ୯୩୦୪ ପଦବୀର ଉଚ୍ଛେଦ ଲାଗି ପ୍ରମୁଖ ଯନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବ ଏମଇଏସ ୱାର୍କଫୋର୍ସର ପୁନଃ ସଂରଚନାରେ ସହାୟକ ହେବ ଏବଂ ଜଟିଳ ସମସ୍ୟାଗୁଡିକୁ ଅପେକ୍ଷାକୃତ କମ ମାନବସମ୍ବଳ ଓ ଖର୍ଚ୍ଚରେ ତୁଲାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ