ଭାଜପା ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଭାବେ ଆଲୋକ ଓ ସମ୍ପାଦକ ଭାବେ ନିତେଶ ମନୋନୀତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦଳୀୟ ସଂଗଠନକୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ ପଦଵୀ ସକାଶେ ବହୁ ଯୁବକଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା,ଆସିକା-ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଙ୍କ ଦ୍ୱାରା ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମରେ ଘୁମୁସର (ଆସ୍କା )ଜିଲ୍ଲା ସମ୍ପାଦକ ଭାବେ ନୀତେଶ ପଣ୍ଡା ଓ ଜିଲ୍ଲା କୋଷାଧକ୍ଷ ଭାବେ ଆଲୋକ କୁମାର ନାୟକଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା, ସଂଗଠନ ପ୍ରତି ନିଷ୍ଠା ଓ ନେତୃତ୍ୱ କ୍ଷମତାକୁ ମନେରଖି ଦଳୀୟ ନେତୃତ୍ୱ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି। ତେଣୁ ଭାରତୀୟ ଜନତା ପାର୍ଟିର ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ ପାତ୍ର,ରାଜ୍ୟ ସମ୍ପାଦକ ରୋଶନ ଖୁଣ୍ଟିଆ ଓ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ ପଣ୍ଡାଙ୍କୁ ଦୃଢ ଆସ୍ଥା ପ୍ରକଟ କରିଥିବା ହେତୁ କୃତଜ୍ଞତା ଜଣାଇଛନ୍ତି।


