ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୀଳନି କକ୍ଷରେ ବ୍ୟାଙ୍କ ପରାମର୍ଶ ଦାତା କମିଟି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଧକ୍ଷତା କରିଥିଲେ । ପ୍ରଥମେ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଋଣ ଯୋଜନା ପୁସ୍ତିକା ଉନ୍ମୋଚନ କରିଥିଲେ ।ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାପାଇଁ ୫୯୨୫.୭୪ କୋଟି ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ଉପସ୍ଥିତ ବ୍ୟାଙ୍କ କତ୍ତୁପକ୍ଷଙ୍କୁ ଜିଲ୍ଲାପାଳ କୃଷି ଋଣ ପ୍ରଦାନ ରେ ଅବହେଳା ଓ ଋଣ ମେଳା କରି ଚାଷୀ ମାନଙ୍କୁ ଋଣ ପ୍ରଦାନ ଯୋଗୁଁ ତାଗିତ କରିଥିଲେ । କୃଷି ଋଣ ପ୍ରଦାନରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଳ୍ଲାପାଳ କହିଛନ୍ତିି ।କୃଷି କ୍ଷେତ୍ରରେ ୨୮୧୯.୫୫ କୋଟି ଋଣ ଦେବାକ୍ୁ ଧାର୍ଯ୍ୟ ଥିବାବେଳେ ଗତ୩୧ ମାର୍ଚ୍ଚ ସୁଦ୍ଧା ୧୩୨୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ।ଛୋଟ ଓ ଶିଳ୍ପ ମାଧ୍ୟମ କ୍ଷେତ୍ରରେ ୨୦୩୯.୬୫ କୋଟି କୋଟି କୃଷି ଓ ଅଣକୃଷି ଭିତ୍ତିକ ଯୋଜନା । ହରିଜନ ଓ ଆଦିବାସୀ ମାନଙ୍କ ପାଇଁ ଋଣ ପ୍ରଦାନ ତ୍ୱରାନିତ କରିବା ପାଇଁ ଉଦ୍ୟମ ଆବଶ୍ୟକୀୟତା ଗୁରୁତ୍ୱରୋପ କରାଯାଇଛି ।ମାର୍ଚ୍ଚ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ୟାଙ୍କ ସର୍ବମୋଟ ୧୯୪୨୦ କୋଟି ଜମା ସଂଗ୍ରହ କରିଥିବା ବେଳେ ମାତ୍ର ୭୩୯୫ କୋଟି ଋଣ ପ୍ରଦାନ କରିଛନ୍ତି । ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଏନସି ପ୍ରଧାନ ,ଏଜିମ୍ ଆନ୍ଦ୍ର ବ୍ୟାଙ୍କ ,ଅନୁଜ କୁମାର ପ୍ରଧାନ ,ପ୍ରୋଭେସନାରୀ ଆଇଏସ୍ କର୍ତ୍ତିଭାଷନ ,ପିଡି ଡୁଡା ,ସବ୍ୟସାଚୀ ହୋତା. ଲିଡ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁମାର ଚୈାଧୁରୀ ଙ୍କ ସମେତ ସମସ୍ତ ସରକାରୀ ଓ ସମେତ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ